Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର

29/10/2020 at 9:48 PM

ଭୁବନେଶ୍ୱର, ୨୯।୧୦: ଆସନ୍ତା ବର୍ଷ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସ ପାଇଁ ଗଠିତ ଷ୍ଟାଣ୍ଡିଂ କମିଟିରେ ୨ ଓଡିଆ ସାଂସଦ ସ୍ଥାନ ପାଇଛନ୍ତି । ଅଲମ୍ପିକ ପ୍ରସ୍ତୁତି ଉପରେ ନଜର ରଖିବ ସଂସଦୀୟ କମିଟି । ଶିକ୍ଷା ମନ୍ତ୍ରାଳୟର ଏହି ଷ୍ଟାଣ୍ଡିଂ କମିଟି ଭାରତୀୟ ଦଳର ଅଲମ୍ପିକ ପ୍ରସ୍ତୁତିର ତଦାରଖ କରିବ । ଏହି କମିଟି ରାଜ୍ୟସଭା ସାଂସଦ ବିନୟ ସହଶ୍ରବୁଦ୍ଧେଙ୍କ ନେତୃତ୍ୱରେ ଗଠିତ ହୋଇଥିବା ବେଳେ ଏଥିରେ ଓଡିଶାର ୨ ସାଂସଦଙ୍କୁ ସ୍ଥାନ ମିଳିଛି । ତେବେ ଗୁରୁବାର କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି ।

ଲୋକସଭା ସାଂସଦ ଅନୁଭବ ମହାନ୍ତି ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ଏଥିରେ ସ୍ଥାନ ମିଳିଛି । ବର୍ତ୍ତମାନ ଯାଏଁ ଅଲମ୍ପିକ ପ୍ରସ୍ତୁତି କିପରି ଚାଲିଛି, କଣ ସବୁ ଗ୍ରେ ଏରିଆ ରହିଛି ଓ ଏଥିରେ କଣ ସୁଧାର ଆସିବ ସେନେଇ ଷ୍ଟାଣ୍ଡିଂ କମିଟି ତଦାରଖ କରିବ ।

ଚଳିତ ବର୍ଷ କରୋନା ପାଇଁ ଅଲମ୍ପିକ ପ୍ରସ୍ତୁତି ବିଳମ୍ବିତ ହୋଇଛି । ତେବେ ଖେଳାଳିମାନେ ଦିଲ୍ଲୀ, ପଟିଆଲା, ସୋନିପଥ ଓ ବେଙ୍ଗାଲୁରୁରେ ପ୍ରସ୍ତୁତି ଚଳାଇଛନ୍ତି ।ଏହା ମଧ୍ୟରୁ କୌଣସି ଏକ ସ୍ଥାନକୁ ଷ୍ଟାଣ୍ଡିଂ କମିଟି ଗସ୍ତ କରି ସ୍ଥିତିର ଯାଞ୍ଚ କରିବ ।

ଏହାମଧ୍ୟରେ ରାଜ୍ୟସଭା ସଚ୍ଚିବାଳୟ ପକ୍ଷରୁ ଅଲମ୍ପିକ ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର କ୍ରୀଡା ମନ୍ତ୍ରାଳୟକୁ ଚିଠି ଲେଖି ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ତାଲିକା ମଧ୍ୟ ମଗାଯାଇଛି ।

   Related Posts