ବର୍ଷା-ଅନୁଭବ ମାମଲାରେ ନୂଆ ବିବାଦ : ଘର ମରାମତି ପାଇଁ ଘର ଛାଡିବାକୁ କହିଲେ ଶାଶୂ, ବୋହୂ କହୁଛନ୍ତି ଷଡଯନ୍ତ୍ର, ଉଭୟ ପକ୍ଷ ପୋଲିସର ଦ୍ୱାରସ୍ଥ

Published By : Prameya-News7 Bureau | November 06, 2020 IST

କଟକ, ୦୬।୧୧ : ବର୍ଷା ଓ ଅନୁଭବ ବିବାଦ ମାମଲାରେ ଆଜି ପୁଣି ଏକ ନୂଆ ବିବାଦ ସାମନାକୁ ଆସିଛି । ତେବେ ଏଥର ଏହି ଚର୍ଚ୍ଚିତ ଦମ୍ପତ୍ତି ସାଂସଦ ଅନୁଭବ ମହାନ୍ତି ଏବଂ  ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଏହା ଘଟିନି । ଏହା ଶାଶୂ-ବୋହୂଙ୍କୁନେଇ ଘଟିଛି ।ବର୍ଷା ଏବଂ ତାଙ୍କ ଶାଶୂ ଶ୍ରୀମତି ମଧୁସ୍ମିତା ମହାନ୍ତି । ଶାଶୂ- ବୋହୂଙ୍କ ପରସ୍ପର ବିରୋଧୀ ମତ ମନ୍ତବ୍ୟ ଏବେ ପୁରୀଘାଟ ଥାନାରେ। ଫଳରେ, ବର୍ଷା ପ୍ରିୟଦର୍ଶିନୀ ଏବଂ ତାଙ୍କ ଶାଶୂ ତଥା ଅନୁଭବଙ୍କ ମାଆ ମଧୁସ୍ମିତା ମହାନ୍ତିଙ୍କ ମଧ୍ୟରେ ଏହି ଆରୋପ ପ୍ରତ୍ୟାରୋପର ଖବର ଚର୍ଚ୍ଚାକୁ ଆସିଛି। ଉଭୟ ଲିଖିତ ଅଭିଯୋଗ ନେଇ  ପୁରୀଘାଟ ଥାନାରେ ପହଁଚିଛନ୍ତି।

ବର୍ଷାଙ୍କ ଅଭିଯୋଗ ହେଲା, ଅନୁଭବଙ୍କ ପରିବାର ଲୋକେ ତାଙ୍କୁ  ଘରୁ ବାହାର କରି ଦେବାକୁ ଷଡଯନ୍ତ୍ର କରୁଛନ୍ତି। ଏବେ ତାଙ୍କୁ ଘରୁ ବହାରିଯିବା ପାଇଁ  ଚାପ ପ୍ରୟୋଗ କରୁଛନ୍ତି। ତାଙ୍କୁ ପାଇପ୍ କାମ ଏବଂ ସ୍ୱରେଜ୍ ଟାଙ୍କି କାମ ଭଳି  ଘରର କିଛି ମରାମତି କାମର ଆଳ ଦେଖାଇ ତାଙ୍କୁ ଶାଶୂ ଘର ଛାଡିବାକୁ କୁହାଯାଉଛି ବୋଲି ପୋଲିସକୁ ଅଭିଯୋଗରେ ଦର୍ଶାଇଛନ୍ତି ବର୍ଷା ।କିନ୍ତୁ  ଶାଶୂ ଘର ବ୍ୟତୀତ ତାଙ୍କର ଆଉ କେଉଁଠି ରହିବାର ବ୍ୟବସ୍ଥା ନାହିଁ ବୋଲି ବର୍ଷା ଦର୍ଶାଇବା ସହ କଟକ ଏସଡିଜେଏମଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ଶାଶୂଘରେ ରହିବା କଥା ବୋଲି ତାଙ୍କ ଅଭିଯୋଗରେ ଦର୍ଶାଇ ଯୁକ୍ତ ରଖିଛନ୍ତି ।ଏହାସହ ପୋଲିସକୁ ସୁରକ୍ଷା ମଧ୍ୟ ଲୋଡିଛନ୍ତି । ସାଂସଦଙ୍କ ପତ୍ନୀ ହିସାବରେ ସେ ତାଙ୍କର ରହଣୀର ବ୍ୟବସ୍ଥା କରିପାରୁ ନଥିବା ଯୁକ୍ତି ରଖିଛନ୍ତି । ଏଥିସହିତ ପୁରୀଘାଟ ଥାନାରେ ବର୍ଷାଙ୍କ ପକ୍ଷରୁ ଆଉ ଏକ ମାମଲା ରୁଜୁ ହୋଇଛି । ତାଙ୍କ ପାଖକୁ ଆସିଥିବା ଏକ ବେନାମୀ ଚିଠି କୁ ନେଇ ଏହି ମାମଲା ରୁଜୁ କରିଛନ୍ତି। ମିକିଥିବା ଚିଠିରେ ତାଙ୍କର ଚରିତ୍ର ସଂହାର ଏବଂ ଧମକ ଚମକ  ଦିଆଯାଇଛି ବୋଲି ଏତଲାରେ ସେ ଉଲେଖ କରିଛନ୍ତି ।

{"id":357212,"sizeSlug":"large"}

ଅନ୍ୟପଟେ ଅନୁଭବଙ୍କ ମାଆ ଶ୍ରୀମତି ମଧୁସ୍ମିତା ମହାନ୍ତି ପାଲଟା ଏତଲା କରି ଦର୍ଶାଇ ଛନ୍ତି କି ଘର ମରାମତି ପାଇଁ ବଡ ବୋହୂ ବର୍ଷାଙ୍କୁ ଘର ଛାଡିବାର  ଆବଶ୍ୟକକା ରହିଛି । ୬୦ ବର୍ଷର ପୁରୁଣା ଘରର ସ୍ୱରେଜ ଟାଙ୍କି ଏବଂ ପାଇପ୍ ଆଦି କାମ ପାଇଁ ୧୦ ଦିନ ବର୍ଷାଙ୍କୁ ଘର ଛାଡିବାକୁ ସେ ଅନୁରୋଧ କରିଛନ୍ତି ।କିନ୍ତୁ ସେ ଶୁଣୁ ନଥିବା ଅଭିଯୋଗ କରି ମଧୁସ୍ମିତା ମହାନ୍ତି ପୋଲିସକୁ ଘଟଣାସ୍ଥଳକୁ ଆସି ତାଙ୍କ ଅଭିଯୋଗର ଯଥାର୍ଥ ଯାଞ୍ଚ ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ତେବେ ଉଭୟ ପକ୍ଷରୁ ଏତଲା ଗ୍ରହଣ କରିବା ପରେ ପୁରୀଘାଟ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.