Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

କେନ୍ଦ୍ରାପଡାରେ ବାବୁସାନ୍-ଅନୁଭବ ମୁହାଁ ମୁହିଁ, ଉଠିଲା ରିୟଲ ଆଉ ରିଲ୍‌ ହୀରୋ ପ୍ରସଂଗ

7/04/2019 at 9:44 PM

କେନ୍ଦ୍ରାପଡ଼ା୭\ର୍ (ମାତୃଦ୍ତ୍ତ ମହାନ୍ତି): କେନ୍ଦ୍ରାପଡ଼ା ରାଜନୀତିରେ ଏବେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ | ନେତାମାନେ ପରସ୍ପରକୁ କାଦୁଅ ଫିଙ୍ଗିବା ଆରମ୍ଭ କରିଦେଇଛନ୍ତି | ବୈଜୟନ୍ତ ପଣ୍ଡା ଙ୍କ ସଭାରେ ବାବୁସାନ୍ କହିଥିବା real hero ପ୍ରସଙ୍ଗରେ ଅନୁଭବ ଉତ୍ତର ରଖିଛନ୍ତି | ଅନ୍ୟପକ୍ଷରେ ଆଜି କେନ୍ଦ୍ରାପଡା ରେ ଉଭୟ ବିଜେଡି ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ଓ କଂଗ୍ରେସ ଲୋକସଭା ପ୍ରାର୍ଥୀ ଧରଣୀଧର ନାୟକ ବୈଜୟନ୍ତଙ୍କ ଉପରେ ବର୍ଷଛନ୍ତି |

କେନ୍ଦ୍ରାପଡ଼ାରେ ଷ୍ଟାରୱାର | ଆରୋପ ପ୍ରତ୍ୟାରୋପ | ପୁଣି ଚାଲିଛି ପରସ୍ପରକୁ କାଦୁଅ ଫିଙ୍ଗା | କେନ୍ଦ୍ରାପଡ଼ା ବିଜେଡି ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ଓ ବୈଜୟନ୍ତ ପଣ୍ଡାଙ୍କ ଷ୍ଟାର ପ୍ରଚାରକ ବାବୁସାନ ହୋଇଛନ୍ତି ମୁହାଁମୁହିଁ | ଗତ ୬ ତାରିଖରେ ଡେରାବିଶଠାରେ ବୈଜୟନ୍ତଙ୍କ ସଭାରେ ବାବୁସାନ୍ ଙ୍କ ଭାଷଣ କୁ ନେଇ ଚର୍ଚା ଜୋର୍ ଧରିଥିଲା |

ଅନୁଭବଙ୍କୁ ବାବୁସାନ୍ ରିଲ୍ ହୀରୋ ବୋଲି କହିଥିବାବେଳେ ବୈଜୟନ୍ତଙ୍କୁ ରିୟଲ ହୀରୋ ବୋଲି ବର୍ଣ୍ଣନା କରିଥିଲେ । ବୈଜୟନ୍ତ ବିକାଶ ପାଇଁ ପ୍ରତିବଦ୍ଧ ବୋଲି ମଧ୍ୟ କହିଥିଲେ ।  ଆଜି ଅନୁଭବ ବାବୁସାନ୍ ଙ୍କ କଥାର ଜାବାବ ରଖିଛନ୍ତି | ଅନୁଭବ କହିଛନ୍ତି ବାବୁସାନ୍ ଟଙ୍କା ନେଇ ପ୍ରଚାର କରିବାକୁ ଆସିଛନ୍ତି | ସେ ସେହି କମ୍ପାନୀରୁ ଆୱାର୍ଡ ନେବେ ଏବଂ ଫିଲ୍ମ କରିବାର ସୁଯୋଗ ମଧ୍ୟ ପାଇବେ | ବାବୁସାନ୍ ଙ୍କ ଭଲି ପ୍ରଚାରକ ଆସିଲେ ମୋର ଲାଭ ବୋଲି ଅନୁଭବ କହିଛନ୍ତି |

ବୈଜୟନ୍ତଙ୍କୁ ଆକ୍ଷେପ କରି ଅନୁଭବ କହିଛନ୍ତି ଯେ ବୈଜୟନ୍ତ କେନ୍ଦ୍ରାପଡ଼ା ଲୋକଙ୍କ ସହ ପ୍ରତାରଣା କରିଛନ୍ତି | ପାଣି ଟାଙ୍କି ବିକାଶର ମାପକାଠି ନୂହେଁ ବୋଲି ଅନୁଭବ କହିଛନ୍ତି | କେନ୍ଦ୍ରାପଡ଼ାର ବିକାଶ ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାପଡ଼ା କଂଗ୍ରେସ ଲୋକସଭା ପ୍ରାର୍ଥୀ ଧରଣୀଧର ନାୟକ |

ଆସନ୍ତା କାଲି ନାମାଙ୍କନପତ୍ର ଦାଖଲ କରିବାକୁ ଯାଉଥିବା ଧରଣୀଧର ନାୟକ ନିଜ ପ୍ରତିଦ୍ଵନ୍ଦୀ ବୈଜୟନ୍ତ ପଣ୍ଡା ଙ୍କୁ କେନ୍ଦ୍ରାପଡ଼ାର ବିକାଶକୁ ପ୍ରସଙ୍ଗ କରି ପ୍ରଶ୍ନ ଉତ୍ଥାପନ କରିଛନ୍ତି | ଏହି ପ୍ରସଙ୍ଗ ରେ ଧରଣୀଧର ମୁଁ ସାଇବେରିଆର ଚଢେଇ ନୁହଁ ବୋଲି କହିଛନ୍ତି |

ଆସନ୍ତାକାଲି ବିଜେଡି ଓ ବିଜେପିର ପ୍ରାୟ ସମସ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ | ସେଥିପାଇଁ ଆଜିଠାରୁ କେନ୍ଦ୍ରାପଡ଼ାରେ ନେତା ଓ କର୍ମୀ ମେଳି କରିବା ଆରମ୍ଭ କରିଦେଇଛନ୍ତି | 

   Related Posts