Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

କଳ୍ପନା-ବବ୍‌ଲି ହତ୍ୟାକାଣ୍ଡ ମାମଲା : ସରୁଛି ଅନୁପଙ୍କ ରିମାଣ୍ଡ ଅବଧି , ଜେରା ସମୟରେ ମିଳିଛି ଅନେକ ତଥ୍ୟ !

22/02/2020 at 9:44 AM

ଝାରସୁଗୁଡା ୨୨।୦୨:  କଳ୍ପନା ଦାସ ଓ ବବଲି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କ ୩ଦିନିଆ ରିମାଣ୍ଡ ଆଜି ଶେଷ ହେଉଛି ।  ରିମାଣ୍ଡରେ ନେଇ ମାରାଥନ ଜେରା କରିଛି ଛତିଶଗଡ଼ ପୋଲିସ । ସତ ଓଗାଳିବାକୁ ଚେଷ୍ଟା କରିଛି ପୋଲିସ ।  ରିମାଣ୍ଡ ଶେଷ ହେଉଥିବାରୁ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ ।  ତେବେ ଡ୍ରାଇଭର ବର୍ଦ୍ଧନ ଟପ୍ପୋର ରିମାଣ୍ଡ ଅବଧି ଶେଷ ହେବା ପରେ ପୁଣି ଜେଲ ପଠାଇ ଦିଆଯାଇଛି | ଦୁହିଁଙ୍କ ଜେରା ସମୟରେ ପୋଲିସକୁ ମିଳିଛି ଅନେକ ସୁରାଗ ।

ହତ୍ୟାକାଣ୍ଡ ପୂର୍ବଦିନ ମୃତ କଳ୍ପନା ଦାସ ଏବଂ ତାଙ୍କ ଝିଅ ପ୍ରଭାତୀ ଦାସ ଝାରସୁଗୁଡ଼ାରେ ଏକ ହୋଟେଲରେ ରହିଥିବା ରାୟଗଡ଼ ପୋଲିସ ପ୍ରମାଣ ପାଇଛି । ପୋଲିସ ଗତ ବୁଧବାର ଠାରୁ ଇନୋଭା ଗାଡ଼ିକୁ ନିଜ କବଜାକୁ ନେଇସାରିଛି। କିନ୍ତୁ ବୋଲେରୋର ଏ ପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ । ଅନୁପଙ୍କ ନାର୍କୋ ଟେଷ୍ଟ ପାଇଁ କୋର୍ଟଙ୍କ ଅନୁମତି ପାଇବାକୁ ଚେଷ୍ଟା କରୁଛି ପୋଲିସ । ରାୟଗଡ଼ ପୋଲିସ ନାର୍କୋ ଟେଷ୍ଟ ଉପରେ ବେଶୀ ଜୋର୍ ଦେଇଛି । ନାର୍କୋ ଟେଷ୍ଟ ସଂପର୍କରେ କୋର୍ଟରେ ଶୁଣାଣି ହେବାର ଥିଲେ ମଧ୍ୟ ତାହା ଶୁଣାଣି ଘୁଞ୍ଚାଇ ଦିଆଯାଇଛି ।

   Related Posts