ଅନୁ ମଲ୍ଲିକଙ୍କୁ ଗାତୁଆ ମୂଷା କହିଲେ ସୋନା ମହାପାତ୍ର , ମୁହଁକୁ ଚାପୁଡ଼ା…….

Published By : Prameya-News7 Bureau | September 12, 2019 IST

ମୁମ୍ବାଇ ୧୨/୯: ମି ଟୁ ଅଭିଯାନ ଅନ୍ତର୍ଗତ ବଲିଉଡର କେତେକ ନାମିଦାମୀ ବ୍ୟକ୍ତିଙ୍କ ଉପରେ ଯୌନ ନିର୍ଯ୍ୟାତନାର ଅଭିଯୋଗ ହୋଇଛି। ଗୀତିକାର ଅନୁ ମଲ୍ଲିକଙ୍କ ନାଁ ମଧ୍ୟ ଏହି ଅଭିଯୁକ୍ତଙ୍କ ତାଲିକାରେ ରହିଛି। ଅଭିଯୋଗ ହେବା ପରେ ତାଙ୍କୁ ସିଙ୍ଗିଙ୍ଗ ରିୟଲିଟି ଶୋ ଇଣ୍ଡିଆନ ଆଇଡଲରୁ ବାହାର କରି ଦିଆଯାଇଥିଲା। କିନ୍ତୁ ଏହି ଶୋ ର ନୂଆ ସିଜନରେ ପୁଣି ଥରେ ଅନୁ ମଲ୍ଲିକ ଫେରୁଛନ୍ତି।

{"id":156551,"width":566,"height":455}

ଅନୁ ମଲ୍ଲିକଙ୍କ ବିରୋଧରେ ଅଭିଯୋଗ କରିଥିବା ଗାୟିକା ସୋନା ମହାପାତ୍ର ଏଥିପାଇଁ ଅସନ୍ତୁଷ୍ଟ ହୋଇଛନ୍ତି। ସୋନା ଟ୍ବିଟ୍ କରି ଅନୁ ମଲ୍ଲିକଙ୍କ ଉପରେ ରାଗ ସୁଝାଇଛନ୍ତି। ସେ ଲେଖିଛନ୍ତି –‘ ଅନେକ ଅଭିଯୁକ୍ତଙ୍କ ପୁର୍ନବାସ,ସୋନି ଟିଭି ପକ୍ଷରୁ ବର୍ଷେ ମଧ୍ୟରେ ଅନୁ ମଲ୍ଲିକଙ୍କୁ ପୁଣି ଥରେ ଇଣ୍ଡିଆନ ଆଇଡଲ ଶୋ କୁ ଡାକିବା ଅର୍ଥ ସେହି ଲୋକଙ୍କ ମୁହଁରେ ଚାପୁଡ଼ା ମାରିବା ଯେଉଁମାନେ ନିଜ ପିଲାଙ୍କ ପାଇଁ ଏକ ଉନ୍ନତ ଏବଂ ସୁରକ୍ଷିତ ଭବିଷ୍ୟତ ସୃଷ୍ଟି କରିବାକୁ ଚାହଁନ୍ତି। ମୂଷା ଗାତକୁ ଫେରି ଆସୁଛି।’

{"id":156552,"width":584,"height":477}

ଅନୁ ମଲ୍ଲିକଙ୍କ ବିରୋଧରେ ସୋନା ମହାପାତ୍ରଙ୍କ ବିରୋଧରେ ଶ୍ବେତା ପଣ୍ଡିତ ମଧ୍ୟ ଅଭିଯୋଗ କରିଥିଲେ। ଶ୍ବେତା କହିଥିଲେ ଯେ ଅନୁ ମଲ୍ଲିକ ତାଙ୍କୁ କାମ ଦେବା ପରିବର୍ତେ କିସ୍ କରିବାକୁ କହିଥିଲେ। ସେହି ସମୟରେ ଶ୍ବେତାଙ୍କ ବୟସ ମାତ୍ର ୧୫ବର୍ଷ ଥିଲା ଏବଂ ସେ ସ୍କୁଲ ଯାଉଥିଲେ।

{"id":156553,"width":577,"height":480}

ଶ୍ବେତା ଲେଖିଥିଲେ ଯେ , ଏହି ଘଟଣାଟି ହେଉଛି ୨୦୦୧ମସିହାର। ଅନୁ ମଲ୍ଲିକ ତାଙ୍କୁ ଅନ୍ଧେରୀର ଏମ୍ପାୟର ଷ୍ଟୁଡିଓକୁ ଡାକିଥିଲେ। ସେ ସେଠାରେ ତାଙ୍କୁ ବିନା ମ୍ୟୁଜିକରେ ଗୀତ ଗାଇବାକୁ କହିଥିଲେ। ସେହି ସମୟରେ ଶ୍ବେତା ହର ଦିଲ ଜୋ ପ୍ୟାର କରେଗାର ଗୀତ ଗାଇଥିଲେ। ଏହା ପରେ ଅନୁ କହିଥିଲେ ଯେ ସେ ଏହି ଗୀତ ତାଙ୍କୁ ସୁନିଧି ଏବଂ ଶାନଙ୍କ ସହ ଗାଇବାକୁ ଦେବେ କିନ୍ତୁ ଏଥିପାଇଁ ତାଙ୍କୁ କିସ୍ କରିବାକୁ ପଡ଼ିବ।’

{"id":156554}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.