Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ନେହା କକ୍କରଙ୍କ ଗୀତ ଶୁଣି ନିଜ ଗାଲକୁ ଚାପୁଡା ମାରିଥିଲେ ଅନୁ ମଲ୍ଲିକ, କହିଥିଲେ- ‘ତୁମ ସ୍ୱର ଶୁଣି’… ଭିଡିଓ ଭାଇରାଲ

11/04/2021 at 2:19 PM

ମୁମ୍ବାଇ,୧୧/୦୪: ବଲିଉଡର ଚୁଲବୁଲି ଗାୟିକା ନେହା କକ୍କର ଇଣ୍ଡିଆନ ଆଇଡଲ-୧୨ରେ ଜଜ୍ ଭାବେ ନଜର ଆସୁଛନ୍ତି । ଆଜି ସେ ଯେଉଁ ସୋ’ରେ ଜଜ୍ ହୋଇଛନ୍ତି ଦିନେ ସେଠାରୁ ହିଁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ସେ  ଏହି ମ୍ୟୁଜିକ ରିଅଲିଟି ସୋ’ର ଦ୍ୱିତୀୟ ସିଜିନରେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ । କିନ୍ତୁ ତାଙ୍କର ଯାତ୍ରା ଅଧିକ ଦିନ ନଥିଲା । ୨୦୧୨ରେ ହିଁ ସେ ‘କକଟେଲ୍’ ମୁଭିର ‘ସେକେଣ୍ଡ୍ ହାଣ୍ଡ୍ ଜବାନୀ’ ଗୀତରେ ପରିଚୟ ପାଇଥିଲେ ।

ନେହାଙ୍କ ଏହି ଗୀତକୁ ସଙ୍ଗୀତପ୍ରେମୀମାନେ ଖୁବ୍ ପସନ୍ଦ କରିଥିଲେ । ଏବେ ଇଣ୍ଡିଆନ ଆଇଡଲ ସିଜିନ-୨ ଅଡିସନରେ ନେହାଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ନେହା ରୋମାଣ୍ଟିକ୍ ସଙ୍ଗ୍ ‘ଏସା ଲଗତା ହୈ’ ଗାଉଥିବା ନଜର ଆସିଛନ୍ତି । ସେହି ସମୟରେ ସୋ’ରେ ଜଜ୍ ଭୂମିକାରେ ଥିଲେ ସୋନୁ ନିଗମ, ଅନୁ ମଲ୍ଲିକ ଓ ଫରାହ ଖାନ୍ । ନେହାଙ୍କ ଗୀତ ଶୁଣି ଅନୁ ମଲ୍ଲିକ ତାଙ୍କୁ ଅସନ୍ତୁଷ୍ଟ ହୋଇ ଚାହିଁଥିବା ଦେଖିବାକୁ ମିଳିଛି ।

ଗୀତ ଗାଉଥିବା ବେଳେ ନେହାଙ୍କ ଅଧାରୁ ଅଟକାଉଛନ୍ତି ଅନୁ ମଲ୍ଲିକ । ଏହାସହ ପାଟି କରି କହୁଛନ୍ତି ଯେ, ନେହା କକ୍କର, ‘ତୁମ ସ୍ୱର ଶୁଣି ନିଜ ମୁହଁରେ ଚାପୁଡା ମାରିବାକୁ ଇଚ୍ଛା ହେଉଛି ।’ କେବଳ ଏତିକି ନୁହେଁ, ଅନୁ ମଲ୍ଲିକ ନିଜ ଗାଲରେ ଏକ ଚାପୁଡା ମଧ୍ୟ ମାରୁଛନ୍ତି । ନେହା ଏହା ଦେଖି ଖୁବ୍ ଡରି ଯାଉଛନ୍ତି । ଏହାସହ ଆଶ୍ଚର୍ଯ୍ୟ ହୋଇ ଜଜଙ୍କ ଆଡକୁ ଦେଖୁଛନ୍ତି ।

   Related Posts