ଗାୟକ ଅନୁ ମଲିକଙ୍କ ମା’ଙ୍କ ପରଲୋକ, ନାତି ଅରମାନ କଲେ ଭାବପ୍ରବଣ ପୋଷ୍ଟ

Published By : Prameya-News7 Bureau | July 26, 2021 IST

ମୁମ୍ବାଇ ୨୬/୦୭ : ଗତ କିଛି ଦିନ ଧରି କ୍ରମାଗତ ଭାବରେ ବି-ଟାଉନରୁ ଦୁଃଖଦ ଖବର ସାମ୍ନାକୁ ଆସୁଛି । ଭେଟେରାନ ଅଭିନେତା ଦିଲୀପ କୁମାରଙ୍କ ଚଳିତ ମାସରେ ଦେହାନ୍ତ ହୋଇଛି, ତା’ପରେ ଅଭିନେତା ଚୁଙ୍କି ପାଣ୍ଡେଙ୍କ ମା। ଏହି ସମୟରେ ଆଉ ଏକ ଖରାପ ଖବର ସାମ୍ନାକୁ ଆସିଛି। ପ୍ରସିଦ୍ଧ ଗାୟକ ଅନୁ ମଲିକଙ୍କ ମା’ଙ୍କ ଦେହାନ୍ତ ହୋଇଛି ।

wp:html
/wp:html

ଅନୁ ମଲିକଙ୍କ ଭଣଜା, ଅର୍ଥାତ୍ ଡବୁ ମଲିକଙ୍କ ପୁଅ ଅରମାନ ମଲିକ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି। ଅରମାନ ମଲିକ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି। ସେ ତାଙ୍କ ଜେଜେମା’ଙ୍କୁ ତାଙ୍କର ସର୍ବୋତ୍ତମ ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି। ସେୟାର ହୋଇଥିବା ପୋଷ୍ଟରେ ଅରମାନ ତାଙ୍କ ଜେଜେମା’ଙ୍କ ସହ ନଜର ଆସିଛନ୍ତି। ଗାୟକଙ୍କ ଫ୍ୟାନ୍ସମାନେ ତାଙ୍କ ପୋଷ୍ଟରେ କମେଣ୍ଟ ଦେଇ ଦୁଃଖ ପ୍ରକାଶ କରୁଛନ୍ତି।

ଅରମାନ ଲେଖିଛନ୍ତି, 'ଆଜି ମୋର ସର୍ବୋତ୍ତମ ବନ୍ଧୁକୁ ହରାଇ ଦେଲି ... ମୋର ଜେଜେମା । ମୋ ଜୀବନରେ ଏହି କ୍ଷତିକୁ ମୁଁ କଦାପି ପୂରଣ କରିପାରିବି ନାହିଁ । ଏକ ଶୂନ୍ୟସ୍ଥାନକୁ ଯାହା ମୁଁ ଜାଣେ କେହି ପୂରଣ କରିପାରିବେ ନାହିଁ । ଏପର୍ଯ୍ୟନ୍ତ ତୁମେ ସବୁଠୁ ସୁନ୍ଦର, ସବୁଠାରୁ ମୂଲ୍ୟବାନ ବ୍ୟକ୍ତି ଥିଲ। ମୁଁ ବହୁତ କୃତଜ୍ଞ ଯେ ମୁଁ ତୁମ ସହିତ ଏତେ ସମୟ ବିତାଇ ପାରିଛି ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.