ଅନ୍ଧବିଶ୍ୱାସର ବଶବର୍ତ୍ତୀ ଲୋକେ, କରୋନା ମୁକ୍ତି ଲାଗି ତନ୍ତ୍ର ସାଧନା : ଦିଆଗଲା ପଶୁ ବଳି

Published By : Prameya-News7 Bureau | May 15, 2021 IST

ବିହାର ୧୫/୫: କରୋନାର ଦ୍ୱିତୀୟ ଲହରରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ତେବେ ଏଥିରୁ ମୁକ୍ତି ପାଇଁ ସମସ୍ତ ପ୍ରକାରରେ ଚେ୍ଷାଟ କରିବାରେ ଲାଗିପଡିଛନ୍ତି । ଏବେର ପରିସ୍ଥିତି ଦେଖି ସେମାନେ ଚିକିତ୍ସା ବିଜ୍ଞାନ ଉପରେ ବିଶ୍ୱାସ କରିପାରୁନାହାନ୍ତି । ଏବେ ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପୂଜା ପାଠ ଆଡେ ମନ ବଳାଇଛନ୍ତି । କରୋନାରୁ ଯାଥାଶୀଘ୍ର ମୁକ୍ତି ପାଇଁ ସେମାନେ ଆବଶ୍ୟକତାଠାରୁ ଅଧିକ ପୂଜା କରୁଛନ୍ତି ।

ବିହାର ଗୟାରୁ ନଜର ଆସିଛି ଏଭଳି ଖବର । ଏଠାରେ ଥିବା କାଳିବାଡି ମନ୍ଦିରରେ ତାନ୍ତ୍ରିକ ପୂଜା କରାଯାଇଥିଲା । ଏପରିକି ପୂଜାରେ ପରେ ଦେବା ଦେବୀଙ୍କୁ ଶାନ୍ତ କରିବାକୁ ପଶୁ ବଳି ମଧ୍ୟ ଦିଆଗଲା । ତେବେ ଆଶ୍ଚର୍ଯକର କଥା ହେଉଛି ଏହି ପୂଜାରେ ସାମିଲ ହୋଇଥିଲେ ଶହ ଶହ ସଂଖ୍ୟାରେ ଲୋକ । କରୋନା ଡର ଭୂଲି ସାମାଜିକ ଦୂରତାକୁ ଫୁ କରି ଏକାଠି ହୋଇଥିଲେ ଲୋକେ । ଲୋକଙ୍କ ବିଶ୍ୱାସ ରହିଛି ଯେ, କୌଣସି ମହାମାରୀ ବା ବିପତ୍ତି ପଡିଲେ ପୂଜା ପରେ ବିଳାଦିଆଗଲେ ଠାକୁର ଶାନ୍ତି ହୁଅନ୍ତି ଓ ଆମକୁ ବିପଦରୁ ରକ୍ଷା କରନ୍ତି । ଏହି ବିଶ୍ୱାସ ରଖି ଲୋକେ କରୋନାରୁ ମୁକ୍ତି ପାଇବାକୁ ପୂଜା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.