Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଦୀର୍ଘ ୧୦ ମାସ ପରେ ପୁଣି ଉଡ଼ାଣ ଭରିଲା ବିଶ୍ବର ସବୁଠୁ ବଡ଼ ଉଡ଼ାଜାହାଜ

23/06/2021 at 4:35 PM

ନୂଆଦିଲ୍ଲୀ ୨୩/୬: ବିଶ୍ବର ସବୁଠୁ ବଡ଼ ବିମାନ ପୁଣି ଥରେ ଉଡ଼ାଣ ଆରମ୍ଭ କରିଛି। ୧୦ ମାସ ପରେ ପୁଣି ଆକଶ ମାର୍ଗରେ ଯାତ୍ରା ଆରମ୍ଭ କରିଛି ବିଶାଳକାୟ ବିମାନ ଏଣ୍ଟୋନୋଭ ଏଏନ-୨୨୫। ମଙ୍ଗଳବାର ଦିନ ଉଡ଼ାଣ ଭରିଥିବା ଏଣ୍ଟୋନୋଭ ବିମାନର ଲମ୍ବ ୮୪ ମିଟର। ମଙ୍ଗଳବାର ସନ୍ଧ୍ୟାରେ ବିମାନଟି ୟୁକ୍ରେନ୍‌ର ରାଜଧାନୀ କିଭ୍‌ର ଗୋଷ୍ଟୋମେଲ୍‌ ଏଣ୍ଟୋନୋଭ୍‌ ଏୟାରପୋର୍ଟରୁ ଉଡ଼ାଣ ଭରିଥିଲା। ଏବେ ଖବର ଲେଖା ହେବା ବେଳେକୁ ଏହା ପଶ୍ଚିମ ଏସିଆ ଉପରେ ପୂର୍ବ ଦିଗକୁ ଗତି କରୁଥିବା ସୂଚନା ମିଳିଛି ।

ସବୁଠୁ ଓଜନିଆ ଏବଂ ଦୀର୍ଘ ସମୟ ଉଡ଼ାଣ କରିପାରିବାର କ୍ଷମତା ରଖିଥିବା ଏହି ବିମାନ ଏଣ୍ଟୋନୋଭ୍‌ ଏୟାରପୋର୍ଟରୁ ପ୍ରସ୍ଥାନ କରିଥିବା ବେଳେ ଏହାକୁ କାସ୍ପିୟାନ୍‌ ସାଗର ଏବଂ ତୁର୍କିମୋନିସ୍ତାନ ଅତିକ୍ରମ କରି ପ୍ରଥମେ ଜର୍ଜିଆ ଏବଂ ପରେ ଆଜରବୈଜାନାର ଦେଖିବାକୁ ମିଳିଥିଲା। ଇଂରାଜୀ ଓ୍ବୋସାଇଟ୍‌ ସିମ୍ପଲ୍‌ ଫ୍ଲାଇଙ୍ଗରୁ ମିଳିଥିବା ଖବର ମୁତାବିକ ଏହି ଏଣ୍ଟୋନୋଭ୍‌ ବିମାନ କାବୁଲ୍‌ର ହାମିଦ କରାଜାଇ ଅନ୍ତର୍ଜାତୀୟ ବିମାନବନ୍ଦର ଆଡ଼କୁ ଯାଉଥିଲା । ଏହା ସହ ବୁଧବାର ବିମାନଟି ଆଫଗାନିସ୍ତାନର ରାଜଧାନୀରେ ଅବତରଣ କରିଛି।

କିନ୍ତୁ ଏନେଇ କୌଣସି ଔପଚାରିକ ସୂଚନା ମିଳିପାରିନାହିଁ। ଅନ୍ୟପଟେ ରାଡାରବକ୍ସ ଡଟ କମ୍‌ ଅନୁସା​‌ରେ ଅଗଷ୍ଟ ୨୦୨୦ ପରେ ବିଶ୍ବର ସବୁଠୁ ବଡ଼ ବିମାନ ଏଏନ-୨୨୫ ମଙ୍ଗଳବାର ପ୍ରଥମ ଉଡ଼ାଣ ଭରିଛି। ଅବିବରୁ ଗୋଷ୍ଟୋମେଲ୍‌ ପାଇଁ ୩ ଅଗଷ୍ଟରେ ଉଡ଼ାଣ ଭରିଥିବା ବିମାନଟିକୁ ଅଧିକ ଖର୍ଚ୍ଚ ପାଇଁ ସେବା ନିବୃତ କରାଯାଇଥିଲା। ଏଣ୍ଟୋନୋଭ୍‌ ଏଏନ-୨୨୫ ଏକ ପ୍ରକାର କାର୍ଗୋ ବିମାନ। ଏହାର ଓ୍ବିଙ୍ଗର ଲମ୍ବ ୮୮.୪ ମିଟର ହୋଇଥିବା ବେଳେ ଏହାର ଉଚ୍ଚତା ୧୮.୨ ମିଟର। ଏହାକୁ ୮୦ ଦଶକରେ ସୋଭିଏତ ସଂଘ ପକ୍ଷରୁ ତିଆରି କରାଯାଇଥିଲା ।  

   Related Posts