ଦ୍ୱିତୀୟବାର ଜାତିସଂଘର ସେକ୍ରେଟାରୀ ଜେନେରାଲ ନିର୍ବାଚିତ ହେଲେ ଆଣ୍ଟୋନିଓ ଗୁଟେରସ୍

Published By : Prameya-News7 Bureau | June 18, 2021 IST

ନ୍ୟୁୟର୍କ ୧୮।୬: ମିଳିତ ଜାତିସଂଘ ସାଧାରଣ ସଭା ଶୁକ୍ରବାର ଆଣ୍ଟୋନିଓ ଗୁଟେରସ୍‌ଙ୍କୁ ଦ୍ୱିତୀୟବାର ଲାଗି ସେକ୍ରେଟାରୀ ଜେନେରାଲ ମନୋନୀତ କରିଛନ୍ତି। ୧୯୩ ସଦସ୍ୟ ବିଶିଷ୍ଟ ବିଶ୍ୱ ସଙ୍ଗଠନ ଶୀର୍ଷ ପଦରେ ଗୁଟେରସ୍‌ଙ୍କୁ ଆଉ ୫ ବର୍ଷ ସମୟ ଦେଇଛନ୍ତି। ଆସେମ୍ବ୍ଲି ସଭାପତି ଭୋଲକାନ ବୋଜକିର୍‌ ଗୁଟେରସ୍‌ଙ୍କ ପୁନଃ ନିର୍ବାଚନ ଘୋଷଣାକୁ ଉପସ୍ଥିତ ରାଷ୍ଟ୍ରଦୂତମାନେ କରତାଳିରେ ସ୍ୱାଗତ କରିଛନ୍ତି।

{"id":468000,"sizeSlug":"large","linkDestination":"none"}

ବୋଜକିର୍‌ଙ୍କ ଘୋଷଣା ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦଙ୍କସଭାପତି ତଥା ଇଷ୍ଟୋନିଆର ଜାତିସଂଘ ରାଷ୍ଟ୍ରଦୂତ ସେଭେନ ଜୁର୍ଗେନସନ୍‌ ୧୫ ସଦସୀୟ ପରିଷଦଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରସ୍ତାବ ପାଠ କରିଥିଲେ। ଯେଉଁଥିରେ ଗୁଟେରସଙ୍କୁ ଦ୍ୱିତୀୟବାର ଲାଗି ସେକ୍ରେଟାରୀ ଜେନେରାଲ ମନୋନୟନ ନିମନ୍ତେ ସୁପାରିଶ କରାଯାଇଥିଲା।

{"id":468001,"width":840,"height":591,"sizeSlug":"large","linkDestination":"none"}

ୟୁଏନ ଚାର୍ଟର ଅନୁସାରେ ମହାସଭା ସୁରକ୍ଷା ପରିଷଦଙ୍କ ସୁପାରିଶରେ ଜେନେରାଲ ସେକ୍ରେଟାରୀଙ୍କ ମନୋନୟନ ହୋଇଥାଏ। ସେହି ଅନୁସାରେ ଗୁଟେରସ୍ ପୁଣି ୫ ବର୍ଷ ଲାଗି ଜାତିସଂଘଙ୍କ ଶୀର୍ଷ ପଦବୀରେ ଅବସ୍ଥାପିତ ରହିବେ।  ଜାତିସଂଘରେ ଗୁଟେରସ୍‌ଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ଶେଷ ହେଉଥିଲା। ତେବେ ସେ ଏହି ପଦବୀରେ ଆଉ ୫ ବର୍ଷ କାର୍ଯ୍ୟକରିବାକୁ ଆଗ୍ରହୀ ବୋଲି ଜାତିସଂଘଙ୍କୁ ସୂଚିତ କରିଥିଲେ। ୨୦୧୫ ରିଜଲ୍ୟୁସନ ଅନୁସାରେ ଗୁଟେରସ୍‌ଙ୍କୁ ଦ୍ୱିତୀୟବାର ନିଯୁକ୍ତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.