ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମହମ୍ମଦ କୁରେସିଙ୍କ ଚିଠିର ଜବାବରେ ଜାତିସଂଘ ମହାସଚିବ କହିଲେ, "ସଂଯମତା ରକ୍ଷା କରୁ ପାକିସ୍ତାନ"

Published By : Prameya-News7 Bureau | February 20, 2019 IST

ଦିଲ୍ଲୀ ୨୦/୨ : ଜାତିସଂଘ ରାଷ୍ଟ୍ର ମହାସଚିବ ଏଂଟନିୟୋ ଗୁଟେରସ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢି ଚାଲିଥିବା ଟେନ୍ସନକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି | ସେ କହିଛନ୍ତି ଯେ, ଉଭୟ ଦେଶକୁ ଏଭଳି ପଦକ୍ଷେପ ନେବା ଉଚିତ ଯାହାଫଳରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଠିକ ରଖାଯାଇପାରିବ |


ପୁଲୱାମାରେ ଆତଙ୍କୀ ହମଲାରେ ୪୨ ଯବାନ ନିହତ ହେବା ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢିଯାଇଛି | ସମଗ୍ର ଦେଶ ପାକିସ୍ତାନ ଠାରୁ ପ୍ରତିଶୋଧ ନେବା ପାଇଁ ସରକାରଙ୍କୁ ନିବେଦନ କରୁଛି | ପୁରା ଦେଶରେ ଆକ୍ରୋଶର ମାହୋଲ ରହିଛି | ଏଭଳି ସ୍ଥିତିରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଜାତିସଂଘ ମହାସଚିବଙ୍କୁ ଏନେଇ ଚିଠି ଲେଖିଥିଲେ | ସେ ଚିଠି ଲେଖିଥିଲେ ଯେ, ଦକ୍ଷିଣ ଏସିଆ କ୍ଷେତ୍ରରେ ଶାନ୍ତି ସ୍ଥାପନ ପାଇଁ ତତ୍କାଳୀନ ପଦକ୍ଷେପ ନିଆଯାଉ |


ଜାତିସଂଘ ମହାସଚିବ ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇ ଦେଶକୁ ସଂଯମତା ରକ୍ଷା କରିବା ପାଇଁ ନିର୍ଦେଶ ଦେଇଥିଲେ | ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମହମ୍ମଦ କୁରେସି ଜାତିସଂଘକୁ ଚିଠି ଲେଖି କହିଥିଲେ ଯେ, ଭାରତ ପାକିସ୍ତାନ ମଧ୍ୟରେ ବଢ଼ୁଥିଲା ତିକ୍ତତାକୁ ନିୟନ୍ତ୍ରଣ କରିବା ପାଇଁ ଜାତିସଂଘ ପଦକ୍ଷେପ ନେବା ଉଚିତ |
ଚିଠିର ଜବାବରେ ଜାତିସଂଘର ମହାସଚିବ କହିଥିଲେ ଯେ, ପାକିସ୍ତାନକୁ ସଂଯମତା ରକ୍ଷା କରିବା ଉଚିତ | ନଚେତ ପରିଣାମ ଭୋଗିବାକୁ ପଡିପାରେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.