ଘର ସଫା କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ମିଳିଲା ଏକ ପ୍ରାଚୀନ ଚା’ପାତ୍ର, ଦାମ୍‌ ଶୁଣିଲେ ଉଡ଼ିଯିବ ହୋସ୍‌

Published By : Prameya-News7 Bureau | September 10, 2020 IST

ନୂଆଦିଲ୍ଲୀ ୧୦/୦୯: କେବେ କାହାର ଭାଗ୍ୟ ପରିବର୍ତ୍ତନ କେହି କହିବା କଷ୍ଟ । ଏହି ଲୋକ କଥା ବିଭିନ୍ନ ସମୟରେ ସତରେ ପରିଣତ ହେଉଥିବା ନଜିର ରହିଛି । ଠିକ ସେହିଭଳି ଜ​ଣେ  ୫୧ ବର୍ଷୀୟ ଯୁବକଙ୍କ ଭାଗ୍ୟ ବଦଳିଯାଇଛି । ଲକ୍‌ଡାଉନ୍‌ ସମୟରେ ନିଜ ଘର ସଫା କରୁଥିବା ବେଳେ ସେ ପାଇଥିବା ଏକ ଚା’ପାତ୍ର(ଟିପଟ୍‌)  ତାଙ୍କ ଭାଗ୍ୟ ପରିବର୍ତ୍ତନ କରିବାରେ ସହାୟକ ହୋଇଛି । ସ୍ବଳ୍ପ ପେନ୍‌ସନ ପ୍ରାପ୍ତ ଅବସରପ୍ରାପ୍ତ  କର୍ମଚାରୀ ଜଣଙ୍କ ଆଜି ଲକ୍ଷପତିରେ ପରିଣତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ବ୍ୟକ୍ତିଜଣଙ୍କ ନିଜର ଘର ସଫା କରୁଥିବା ବେ​‌ଳେ ଏକ ପ୍ରାଚୀନ ଚା’ପାତ୍ର ପାଇଛନ୍ତି । ଯାହାର ମୂଲ୍ୟ ୯୫ ଲକ୍ଷ ଟଙ୍କା। ଚା’ପାତ୍ରଟିର ପ୍ରକୃତ ମୂଲ୍ୟ ଜାଣିନଥିବା ବ୍ୟକ୍ତି ଜଣଙ୍କ ଏହାକୁ କବାଡ଼ିଖାନାରେ ଦେବାକୁ ସ୍ଥିର କରିଥିଲେ । କିନ୍ତୁ ଦାମ ଜାଣିବା ପରେ କେବଳ ସିଏ କାହିଁକି ସାରା ଅଞ୍ଚଳବାସୀ ତାଜୁବ ।

ଗୋଟିଏ ଅକ୍ସନ ମେଳାରେ ପହଞ୍ଚି ଏହାର ଦାମ ଜାଣିବାକୁ ପାଇଥିଲେ ସେହି ବ୍ୟକ୍ତି । ୧୫ ସେମି ଓସାର ବିଶିଷ୍ଟ ଏହି ଚା’ପାତ୍ରଟି କ୍ବିୟାନଲଙ୍ଗ ସମୟର ହୋଇଥିବା ବେଳେ ଏହାର ପ୍ରସ୍ତୁତି ଓ ବ୍ୟବହାର ୧୭୩୫-୧୭୯୯ ମଧ୍ୟରେ ହେଉଥିଲା ବୋଲି ଜଣାପଡ଼ଇଛି ।  କ୍ବିୟାନଲଙ୍ଗ ପିରିୟଡରେ ବ୍ୟବହାର ହେଉଥିବା ଚା’ପାତ୍ର ଅତ୍ୟନ୍ତ ରାଜକୀୟ ଓ ସୌଖିନ ବୋଲି ହ୍ୟାନସନ୍ସ ଅକ୍ସନ କମ୍ପାନୀର ଚାର୍ଲସ୍‌ ହ୍ୟାନସନ୍ କହିଛନ୍ତି । ତେବେ ଏହି ଚା’ପାତ୍ରକୁ ନିଜେ କ୍ବାୟାନ୍‌ଲଗ୍‌ ରାଜା ବ୍ୟବହାର କରୁଥିବା ବିଶ୍ବାସ କରାଯାଉଛି । ଏହାର ଅକ୍ସନ ସେପ୍ଟେମ୍ବର ୨୪ ହେବ।

ଚା’ପାତ୍ରର ମାଲିକ ସମ୍ପୃକ୍ତ ବ୍ୟକ୍ତିଙ୍କ ମତରେ, ୨୦ ବର୍ଷ ତଳେ ଏହି ଚା ପାତ୍ରଖୁ ତାଙ୍କ ମା’ କ୍ୟାବିନେଟ୍‌ରେ ପ୍ରଦର୍ଶିତ କରିଥିଲେ । ବୋଧହୁଏ ଏହାକୁ ଚୀନରୁ ଇଂଲଣ୍ଡ ତାଙ୍କ ଜେଜେ ବାପା ଆଣିଛନ୍ତି। କାରଣ ତାଙ୍କ ଜେ​‌ଜେ ବାପା ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଚୀପରେ ଥିଲେ ବୋଲି ବ୍ୟକ୍ତି ଜଣଙ୍କ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.