ଆଜିଠୁ ଗଞ୍ଜାମରେ ଆଣ୍ଟିଜେନ ଟେଷ୍ଟ : MKCGରେ ପହଞ୍ଚିଯାଇଛି ଟେଷ୍ଟ କିଟ୍ , ଟ୍ୱିଟ କରି ଗଞ୍ଜାମ ଜିଲ୍ଲାପାଳଙ୍କ ସୂଚନା
7/07/2020 at 9:53 AM

ଗଞ୍ଜାମ ୦୭।୦୭: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି କରୋନା ସଂକ୍ରମଣ । ଯାହାକୁ ଦୃଷ୍ଟିରେ ରଖି ଆଜିଠାରୁ ଜିଲ୍ଲାରେ ଆରମ୍ଭ ହେବ ଆଣ୍ଟିଜେନ୍ ଟେଷ୍ଟ । ଏଥିପାଇଁ ଏମ୍ କେସିଜି ମେଡିକାଲ କଲେଜରେ ପହଞ୍ଚି ଯାଇଛି ଟେଷ୍ଟିଂ କିଟ୍ । ଗାଇଡ୍ ଲାଇନ୍ ଅନୁଯାୟୀ ଟେଷ୍ଟିଂ କରାଯିବ । ଯେଉଁ ଅଞ୍ଚଳରେ ଟେଷ୍ଟିଂ ହେବ ସେହି ଅଞ୍ଚଳକୁ ତିନିରୁ ଚାରି ଦିନ ପାଇଁ ସଟଡାଉନ୍ କରାଯିବ । ଟ୍ୱିଟ ଜରିଆରେ ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

ସେହିପରି ପୂର୍ବରୁ କଟକର ସମସ୍ତ ବଡ ବଡ ମେଡିକାଲରେ ଯେଭଳି ଭାବରେ ଗତ କିଛି ଦିନ ହେଲା କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା । ତାହାକୁ ଦୃଷ୍ଟିରେ ରଖି ଆଜିଠାରୁ କଟକର SCB ମେଡିକାଲରେ ଆଣ୍ଟିଜେନ୍ ଟେଷ୍ଟ ଆରମ୍ଭ ହେବ । ପରେ ପର୍ଯ୍ୟାୟକ୍ରମେ ଅନ୍ୟ ହସ୍ପିଟାଲ ମାନଙ୍କରେ ଆଣ୍ଟିଜେନ୍ ଟେଷ୍ଟ କରାଯିବ । ହସ୍ପିଟାଲରେ କୌଣସି ରୋଗୀ ଆଡମିଟ୍ ହେବା ପୂର୍ବରୁ ସେମାନଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯିବ । ଏହା ଦ୍ବାରା ଅତିବେଶୀରେ ଏକ ଘଣ୍ଟାରେ ରିପୋର୍ଟ ଆସିବ । ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ଆସିବା ପରେ ହିଁ ରୋଗୀଙ୍କୁ ପରବର୍ତ୍ତୀ ଚିକିତ୍ସା ଯୋଗାଇ ଦିଆଯିବ ।