ଆଜିଠୁ ଆଣ୍ଟିଜେନ୍ ଟେଷ୍ଟ : ପ୍ରଥମ ପର୍ଯ୍ୟାୟରେ SCB ମେଡିକାଲରେ ହେବ ଟେଷ୍ଟ, ହସ୍ପିଟାଲରେ ଆଡମିଶନ ପୂର୍ବରୁ ରୋଗୀଙ୍କର ହେବ କୋଭିଡ ପରୀକ୍ଷା

Published By : Prameya-News7 Bureau | July 07, 2020 IST

କଟକ ୦୭।୦୭: ଆଜିଠୁ କଟକ ବଡ ମେଡିକାଲରେ ଆରମ୍ଭ ହେବ ଆଣ୍ଟିଜେନ୍ ଟେଷ୍ଟ । ପ୍ରଥମ ପର୍ଯ୍ୟାୟରେ ୫ ହଜାର କିଟ୍ SCBକୁ ଆସିଛି । ପରେ ପର୍ଯ୍ୟାୟକ୍ରମେ ଅନ୍ୟ ହସ୍ପିଟାଲ ମାନଙ୍କରେ ଆଣ୍ଟିଜେନ୍ ଟେଷ୍ଟ କରାଯିବ । ହସ୍ପିଟାଲରେ କୌଣସି ରୋଗୀ ଆଡମିଟ୍ ହେବା ପୂର୍ବରୁ ସେମାନଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯିବ । ଏହା ଦ୍ବାରା ଅତିବେଶୀରେ ଏକ ଘଣ୍ଟାରେ ରିପୋର୍ଟ ଆସିବ । ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ଆସିବା ପରେ ହିଁ ରୋଗୀଙ୍କୁ ପରବର୍ତ୍ତୀ ଚିକିତ୍ସା ଯୋଗାଇ ଦିଆଯିବ ।

SCB ମେଡିକାଲକୁ ଦିନକୁ ସର୍ବନିମ୍ନ ୨ ହଜାର ସଂଖ୍ୟାର ରୋଗୀ ଆସୁଥିବା ବେଳେ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଉପରେ ସାରା ରାଜ୍ୟ ଏକ ପ୍ରକାର ନିର୍ଭରଶୀଳ । କିନ୍ତୁ ଏହି ୨ ଟି ହସ୍ପିଟାଲରେ କରୋନା ଯେପରି କାୟା ବିସ୍ତାର କାରିଛି, ତାକୁ ରୋକ୍ ଦେବାଲାଗି ରବିବାର ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ହୋଇଥିଲା । ବୈଠକରେ ହୋଇଥିବା ନିଷ୍ପତ୍ତି ମୂତାବକ କରୋନା ରିପୋର୍ଟ ନଦେଖି କୌଣସି ରୋଗୀଙ୍କୁ ଆଡମିସନ କରାଯିବ ନାହିଁ । ସେଥିଲାଗି ଆଣ୍ଟିଜେନ୍ ଟେଷ୍ଟର ଆବଶ୍ୟକତା ରହିଛି । ଏହି ଟେଷ୍ଟ ଦ୍ବାରା ଅତି ବେଶିରେ ଜଣେ ରୋଗୀର ରିପୋର୍ଟ ଏକ ଘଣ୍ଟା ଭିତରେ ଆସିପାରିବ । ଯାହାକୁ ଆଧାର କରି ତାଙ୍କୁ ପରବର୍ତ୍ତୀ ଚିକିତ୍ସା ଯୋଗାଇ ଦିଆଯିବ ।  ସେହିପରି କରୋନା ଆକ୍ରାନ୍ତ ମାନଙ୍କୁ ତତ୍କାଳ ସେବା ଯୋଗାଇ ଦେବା ଲାଗି CDMOଙ୍କ ନିୟନ୍ତ୍ରଣରେ ୪ ଟି ଆମ୍ବୁଲାନ୍ସ ରହିବାର ମଧ୍ୟ ବ୍ୟବସ୍ଥା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.