Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ଛତ୍ରପୁର NACର ୱାର୍ଡ ନଂ ୧,୨ରେ ଆଣ୍ଟିଜେନ୍ ଟେଷ୍ଟ ଆରମ୍ଭ, ସମସ୍ତ ବ୍ୟବସାୟୀ କରିବେ କୋଭିଡ଼ ଟେଷ୍ଟ-ଜିଲ୍ଲାପାଳ

13/08/2020 at 3:26 PM

ଖଲ୍ଲିକୋଟ ୧୩।୦୮: ଛତ୍ରପୁର NACର ୱାର୍ଡ ନଂ ୧ ଏବଂ ୨ ରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହୋଇଛି। ବ୍ୟବସାୟୀ ଓ ଅନ୍ୟମାନେ ଏହି ଟେଷ୍ଟ କରୁଛନ୍ତି। ଜିଲ୍ଲାର ପ୍ରତ୍ୟେକ ବ୍ୟବସାୟୀ କୋଭିଡ ଟେଷ୍ଟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ଦୋକାନୀ ଟେଷ୍ଟିଂ କରିବେ ନାହିଁ ସେମାନେ ଦୋକାନ ଖୋଲି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।  

ଛତ୍ରପୁର NACରେ ପୁଣି ୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଛତ୍ରପୁର ଏନଏସିରେ ମୋଟ ୧୩୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୯୮ଜଣ ସୁସ୍ଥ ହୋଇଛନ୍ତି । କରୋନାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣଙ୍କ ଚିକିତ୍ସା ଚାଲିଛି । ଘର ଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ ପରେ ଏବେ ପ୍ରତିଦିନ ଆଣ୍ଟିଜେନ ଟେଷ୍ଟ କରାଯିବ ବୋଲି ସ୍ଥିର କରାଯାଇଛି।

   Related Posts