ଇଂଲଣ୍ଡ ବୈଜ୍ଞାନିକଙ୍କ ଦାବି: ସନ୍ଧାନ କରିଛନ୍ତି କରୋନା ଭାଇରସ ସହ ଲଢୁଥିବା ଆଣ୍ଟିବଡି

Published By : Prameya-News7 Bureau | March 22, 2020 IST

ବ୍ରିଟେନ୍, ୨୨|୦୩:   ଦକ୍ଷିଣ ପୂର୍ବ ଇଂଲଣ୍ଡର ଅକ୍ସଫୋର୍ଡସିର୍ ସହରରେ ଥିବା ଏକ ଘରୋଇ ସଂସ୍ଥାର ବୈଜ୍ଞାନିକମାନେ ଏକ ଆଣ୍ଟିବଡିର ଉଦ୍ଭାବନ କରିଛନ୍ତି। ଏହା କରୋନା ଭାଇରସ ଦିଗରେ ଏକ ବଡ ସଫଳତା ବୋଲି କୁହାଯାଉଛି। ବୈଜ୍ଞାନିକଙ୍କ ଏକ ଟିମ୍ ଏହି ଆଣ୍ଟିବଡିକୁ ସିଭିୟର ଆକ୍ୟୁଟ୍ ରେସପିରେଟୋରୀ ସିଣ୍ଡ୍ରୋମ ବା ସାର୍ସ୍  ସଂକ୍ରମିତଙ୍କ ଶରୀରରେ ପାଇଛନ୍ତି। ଏହା କରୋନା ମୁକାବିଲା ପାଇଁ ସଫଳ ହେବ ବୋଲି ସେମାନେ ଅନୁମାନ କରିଛନ୍ତି। କାରଣ ଉଭୟ ରୋଗର ଲକ୍ଷଣ ସମାନ ବୋଲି ସେମାନେ କହିଛନ୍ତି।

{"id":242720,"width":750,"height":413,"sizeSlug":"large"}

ସଂକ୍ରମିତଙ୍କୁ ୨୦୦୪ରେ ସାର୍ସ ହୋଇଥିଲା। କରୋନା ଭାକସିନ୍ ସନ୍ଧାନରେ ପରୀକ୍ଷା କରୁଥିବା ବୈଜ୍ଞାନିକମାନେ ସେହି ରୋଗୀଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ତାଙ୍କ ଯାଞ୍ଚ ମଧ୍ୟ କରିଥିଲେ। ଏହି ସମୟରେ ଡାଏମଣ୍ଡ୍ ଲାଇଟ୍ ସୋର୍ସ ଉପକରଣ ସାହାଯ୍ୟରେ ତାଙ୍କର ରକ୍ତ ପରୀକ୍ଷା କରାଯାଇଥିଲା। ଏଥିରେ ରୋଗୀଙ୍କ ଶରୀରେ ଏକ ସ୍ୱତନ୍ତ୍ର ଆଣ୍ଟିବଡି ଦେଖିବାକୁ ପାଇଥିଲେ। ଏହା ଭାଇରସ ସହ ସହଜରେ ଲଢିପାରୁଥିଲା।

ଏହି ସଂସ୍ଥାର ଜୀବବିଜ୍ଞାନ ନିର୍ଦ୍ଦେଶକ ଗ୍ୱେଣ୍ଡାଫ୍ ଇଭାନ କହିଛନ୍ତି, ଠାବ ହୋଇଥିବା ଆଣ୍ଟିବଡି କରୋନା ଭାଇରସ ସହ ମଧ୍ୟ ସାର୍ସ ଭଳି ଲଢାଇ କରିଥିଲା। କରୋନା ଭାଇରସର ଆକାର ଚାରିଆଡେ କଣ୍ଟା ଥିବା ଭଳି। ଏହି ନୂଆ ଆଣ୍ଟିବଡି କରୋନା ସହ ଲଡାଇ କରିବାକୁ ସକ୍ଷମ ବୋଲି ସେ ଦାବି କରିଛନ୍ତି।

ନିକଟରେ ଭାକସିନ୍ ଯାଞ୍ଚ ମଧ୍ୟରେ ତୁରନ୍ତ ଟେଷ୍ଟ ପାଇଁ ଅକ୍ସଫୋର୍ଡ ୟୁନିଭର୍ସିଟିର ବୈଜ୍ଞାନିକମାନେ ରାପିଡ୍ ଟେଷ୍ଟିଂ ଟେକ୍ନୋଲୋଜିର ଆବିଷ୍କାର କରିଥିଲେ। ଏହି ଟେଷ୍ଟରେ ମାତ୍ର ୩୦ ମିନିଟରେ କରୋନା ସଂକ୍ରମଣ ବାବଦରେ ସୂଚନା ମିଳିବ ବୋଲି ସେମାନେ ଦାବି କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.