Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ସବୁଥର ସଂକ୍ରମଣରୁ ରକ୍ଷା କରିନପାରେ ଆଣ୍ଟିବଡି: ବୈଜ୍ଞାନିକ

7/09/2020 at 6:58 PM

ନୂଆଦିଲ୍ଲୀ ୭।୯:  କୋଭିଡ-୧୯ ଆକ୍ରାନ୍ତ ପୁଣି ସଂକ୍ରମିତ ହେଉଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କରୋନା ସଂକ୍ରମଣ ସହ ମାନବ ଶରୀରରେ ଏହାର ପ୍ରତିରୋଧି ଆଣ୍ଟିବଡି ମଧ୍ୟ ବିକଶିତ ହୋଇଥାଏ। ଏଣୁ ପୁଣି ଥରେ ସଂକ୍ରମଣ ଚିନ୍ତାର ବିଷୟ ପାଲଟିଥିବା ବେଳେ ବୈଜ୍ଞାନିକ ଏଥିରେ ପୂର୍ଣ୍ଣଛେଦ ଟାଣିଛନ୍ତି। ଦେହରେ ଆଣ୍ଟିବଡି ଉପସ୍ଥିତି ଭୂତାଣୁର ବିଗତ ସଂକ୍ରମଣର ସୂଚନା ବୋଲି ବୈଜ୍ଞାନିକ କହିଛନ୍ତି। ତେବେ ଏହା ପ୍ରତ୍ୟେକ ଥର ମଣିଷକୁ ସଂକ୍ରମଣରୁ ରକ୍ଷା କରିବ ତାର କିଛି ଗ୍ୟାରେଣ୍ଟି ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି।

ସେହିପରି ଆଣ୍ଟିବଡିର ପ୍ରକାର, ଏହାର ସଂଖ୍ୟା ଓ କେତେ ପର୍ଯ୍ୟନ୍ତ ଦେହରେ ସକ୍ରିୟ ରହିବ ତା ଉପରେ ମଧ୍ୟ ଅନେକ କିଛି ନିର୍ଭର କରେ ବୋଲି ବୈଜ୍ଞାନିକ କହିଛନ୍ତି। ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୪୨ ଲକ୍ଷ ପାର କରିଛି। ଯାହାକୁ ନେଇ ଉଦବେଗ ପ୍ରକାଶ ପାଇଥିବା ବେଳେ ବୈଜ୍ଞାନିକମାନେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଣ୍ଟିବଡିକୁ ନେଇ ଗବେଷଣା କରିବା ଆରମ୍ଭ କରିଦେଇଛନ୍ତି। ଏଥିରୁ ରୋଗର ଶୃଙ୍ଖଳାରେ ଆଣ୍ଟିବଡି ଲୋକଙ୍କ ଠାରେ କିପରି କାମ କରୁଛି ତାହା ଜାଣିବାକୁ ଉଦ୍ୟମ କରୁଛନ୍ତି। ତେବେ ଦେହରେ ଆଣ୍ଟିବଡିର ଉପସ୍ଥିତି ଅର୍ଥାତ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିବାର ପ୍ରମାଣ ବୋଲି କହିଛନ୍ତି।

ବିଶେଷଜ୍ଞ ସତ୍ୟଜିତ ରଥଙ୍କ କହିବା ଅନୁସାରେ ଏବେ ସେମାନେ ୱେଟ୍ ଏଣ୍ଡ ୱାଚ୍‌ ନୀତି ଅବଲମ୍ବନ କରୁଛନ୍ତି। ଏଥିରୁ ପ୍ରମାଣର ପ୍ରତିକ୍ରିୟା ମିଳିପାରିବ ବୋଲି ସେ କହିଛନ୍ତି। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ ଇମ୍ୟୁନୋଲଜି (ଏନଆଇଆଇ) ବୈଜ୍ଞାନିକଙ୍କ ଅନୁସାରେ ସାଧାରଣତଃ ଶରୀରରେ ଆଣ୍ଟିବଡିର ଉପସ୍ଥିତି ଭାଇରାଲ ଭୂତାଣୁ ଉପସ୍ଥିତିର ଏକ ସଂକେତ ହୋଇପାରେ। ତେବେ ଭୂତାଣୁ ପ୍ରସାର ରୋକିବା ଲାଗି ଉପଯୋଗୀ ହୋଇ ନପାରେ।  

   Related Posts