Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଡିଆରଡିଓ ରଚିଲା ଇତିହାସ : ପ୍ରଥମ ଆଣ୍ଟି ରେଡିଏସନ୍ କ୍ଷେପଣାସ୍ତ୍ର ‘ରୁଦ୍ରମ୍’ର ସଫଳ ପରୀକ୍ଷଣ

9/10/2020 at 3:43 PM

ନୂଆଦିଲ୍ଲୀ ୯।୧୦: ପୁଣି ଥରେ ଇତିହାସ ରଚିଲା ଡିଆରଡିଓ । ଶୁକ୍ରବାର ଦିନ ଭାରତ ଆଣ୍ଟି ରେଡିଏସନ ମିସାଇଲ ରୁଦ୍ରମର ସଫଳ ପରୀକ୍ଷଣ କରିଛି । ଏହି ମିସାଇଲକୁ ଡିଆରଡିଓ ଦ୍ବାରା ପ୍ରସ୍ତୁତ କରାଯାଇଛି । ଏହର ପରୀକ୍ଷଣ ସୁଖୋଇ-୩୦ ଫାଇଟର ଏୟାରକ୍ରାଫ୍ଟରୁ କରାଯାଇଛି ।

ଭାରତରେ ନିର୍ମିତ ଏହା ପ୍ରଥମ କ୍ଷେପଣାସ୍ତ୍ର ଯାହାକୁ ଯେକୌଣସି ଉଚ୍ଚତାରୁ ଉତକ୍ଷେପଣ କରାଯାଇପାରେ । ଏହି କ୍ଷେପଣାସ୍ତ୍ର କୌଣସି ପ୍ରକାରର ସିଗନାଲ ଏବଂ ରେଡିଏସନକୁ ଅନୁଧ୍ୟାନ କରିପାରେ । ଏହାସହ ନିଜ ରାଡରକୁ ଆଣି ଏହି କ୍ଷେପଣାସ୍ତ୍ର ନଷ୍ଟ ମଧ୍ୟ କରିପାରେ ।

ବର୍ତ୍ତମାନ ଏହି ମିସାଇଲର ଡେଭଲପମେଣ୍ଟ ଟ୍ରାଏଲ ଜାରି ରହିଛି । ଏହି ଟ୍ରାଏଲ ପୁରା ହେବା ପରେ ଖୁବ୍ ଶୀଘ୍ର ଏହାକୁ ସୁଖୋଇ ଏବଂ ସ୍ବଦେଶୀ ବିମାନ ତେଜସରେ ମଧ୍ୟ ବ୍ୟବହାର କରାଯାଇପାରିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏହି ଅବସରରେ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ମାସ ଆରମ୍ଭରେ ଡିଆରଡିଓ ସୁପରସୋନିକ୍ କ୍ଷେପଣାସ୍ତ୍ର SMARTର ସଫଳ ପରୀକ୍ଷଣ କରିଥିଲା । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଅଥବା ଡିଆରଡିଓ ଓଡିଶାର ସମୁଦ୍ର ତଟ ଅଞ୍ଚଳରେ ଏହାର ପରୀକ୍ଷଣ କରିଥିଲା ।

   Related Posts