ସ୍ମାର୍ଟ ସିଟି ରାଉରକେଲାର ସରକାରୀ ଡାକ୍ତରଖାନାରେ ମିଳୁନାହିଁ କୁକୁର କାମୁଡା ଇଞ୍ଜାକସନ୍
15/12/2019 at 5:38 PM

ରାଉରକେଲା ୧୫।୧୨ – ଯେତେବେଳେ କୁକୁର କାମୁଡ଼େ ମଣିଷକୁ ସେଥିରେ କି ଖବର ଅଛି। ଏକଥା ସାଧାରଣରେ କୁହାଯାଏ। କିନ୍ତୁ ଆମେ ଏବେ ଆପଣଙ୍କୁ କହିବୁ କୁକୁର କାମୁଡ଼ିବାରେ ନ୍ୟୁଜ କଣ। କାହିଁକି ମଣିଷକୁ କୁକୁର କାମୁଡ଼ିବା ପରେ ଏହା ଚିନ୍ତାର ବିଷୟ ହୋଇଛି। କାରଣ ଏଥିରେ ଚିନ୍ତାର ବିଷୟ ହିଁ ହୋଇଛି।

ଏହି ମହିଳା ଏମିତି ଭୋ ଭୋ ହୋଇ କାନ୍ଦୁଛନ୍ତି କାରଣ ତାଙ୍କ ପୁଅକୁ କୁକୁର କାମୁଡ଼ିଛି। ଆଉ ପୁଅକୁ ନେଇ ସେ ହସ୍ପିଟାଲକୁ ଆସିଥିଲେ। ରାଉରକେଲାରେ ଏବେ ହସ୍ପିଟାଲରେ କୁକୁର କାମୁଡ଼ା ଇଞ୍ଜେକ୍ସନ ନାହିଁ। ଖାଲି ସେତିକି ନୁହେଁ ସରକାରୀ ଡାକ୍ତରଖାନା ବାହାରେ ମଧ୍ୟ ମିଳୁଛି ଆଣ୍ଟି ରାବିଜ୍ ଇଞ୍ଜେକ୍ସ।

ଏଥିପାଇଁ ସବୁଦିନେ ଏମିତି ରୋଗୀଙ୍କୁ ଧରି ହନ୍ତସନ୍ତ ହେଉଛନ୍ତି ରୋଗୀଙ୍କ ସଂପର୍କୀୟ। ଗତକାଲି ଏମିତି ୨୨ ଜଣ ରୋଗୀଙ୍କ ସଂପର୍କିୟ ସରକାରୀ ହସ୍ପିଟାଲ ସାମ୍ନାରେ ଧାରଣା ଦେଇଥିଲେ। ସରକାରୀ ଡାକ୍ତରଖାନାରେ କୁକୁର କାମୁଡ଼ା ଇଞ୍ଜେକ୍ସନ ମିଳୁନଥିବା ବେଳେ ସେମାନେ ବାହାରେ ଖୋଜୁଛନ୍ତି। ଆଉ ସେଠାରେ ଷ୍ଟକ ନଥିବାରୁ ଅଦରଦରରେ ବାହାରୁ ଅଦରଦରରେ ଇଞ୍ଜେକସନ କିଣୁଛନ୍ତି। ଏମିତି କି ବାହାରେ ବି ଇଞ୍ଜେକସନ ମିଳୁଥିବା ଅଭିଯୋଗ ହୋଇଛି।

ରାଉରକେଲା ଭଳି ଏକ ସହରରେ ଯଦି ଆଣ୍ଟି ରାବିଜ ନ ମିଳିବ ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଖାଲି ସେତିକି ନୁହେଁ ପଶ୍ଚିମ ଓଡିଶାର ଅନ୍ୟ କିଛି ସହରରେ ମଧ୍ୟ ଇଞ୍ଜେକ୍ସନ ମିଳୁନଥିବା ଅଭିଯୋଗ ହୋଇଛି। ଆଉ ଗାଁ ଗହଳି କଥା ଛାଡ଼। ଏନେଇ ଆମେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଚାହିଁଥିଲୁ। ଆଉ ମନ୍ତ୍ରୀ କହିଥିଲେ ଯେ ସେ ତୁରନ୍ତ ଆକ୍ସନ ନେବେ।