Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • କଟକ : ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||

କରୋନା ମୁକାବିଲା ପାଇଁ ଜାଗିଲା ଆଶା, ଲ୍ୟାବରେ ନଷ୍ଟ ହେଲା କରୋନା ଭାଇରସ୍

4/04/2020 at 7:55 PM

ମେଲବର୍ଣ୍ଣ ୦୪।୦୪: ଆଜି ଅଧିକାଂଶ ପୂରା ଦୁନିଆ କରୋନା ଭାଇରସ୍ ମହାମାରୀ ସହ ସଂଘର୍ଷ କରୁଛନ୍ତି। ଅଦ୍ୟାବଧି ୧୧ ଲକ୍ଷରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇ ସାରିଥିବା ବେଳେ ୬୧ ହଜାରରୁ ଅଧିକ ପ୍ରାଣ ହରାଇଛନ୍ତି। ଏହାର ସବୁଠୁ ବଡ କାରଣ ଏହି ଭାଇରସ୍ ନୂଆ। ଏହାର ଉପଚାର ପାଇଁ ମଧ୍ୟ କୌଣସି ଟୀକା ବା ଔଷଧ ବାହାରି ନାହିଁ।  ସମଗ୍ର ଦୁନିଆରେ ଏହାର ଚିକିତ୍ସା ଓ ଭ୍ୟାକସିନ  ପାଇଁ ବୈଜ୍ଞାନିକ ଗବେଷଣା ଚଳାଇଛନ୍ତି। ଏବେ ଗବେଷଣାକୁ ନେଇ ଏକ ଆଶାର କିରଣ ଦେଖା ଦେଇଛି। କାରଣ ଅଷ୍ଟ୍ରେଲିଆର ବୈଜ୍ଞାନିକ ଏହାର ନିଦାନର ନିକଟତର ହୋଇଛନ୍ତି।

ଅଷ୍ଟ୍ରେଲିଆ ବୈଜ୍ଞାନିକ ଲ୍ୟାବରେ କରୋନା ଭାଇରସ ସଂକ୍ରମିତ କୋଷିକାରୁ ଏହି ଘାତକ ଭୂତାଣୁକୁ ମାତ୍ର ୪୮ ଘଣ୍ଟାରେ ମାରିଛନ୍ତି। ଯେଉଁ ଔଷଧରେ ଏହାକୁ ମରା ଯାଇଛି ସେହି ଔଷଧ ପୂର୍ବରୁ ଉପଲବ୍ଧ ରହିଛି। ଗବେଷକ ଜାଣିବାକୁ ପାଇଛନ୍ତି ଯେ, ଦୁନିଆରେ ପୂର୍ବରୁ ଥିବା ଆଣ୍ଟି ପାରା ସାଇଟ୍ ଡ୍ରଗ ଅର୍ଥାତ ପରଜୀବୀଙ୍କୁ ମାରୁଥିବା ଔଷଧ କରୋନା ଭୂତାଣୁକୁ ସମାପ୍ତ କରି ପାରୁଛି। ଏହା କରୋନା ଭାଇରସ୍ ଚିକିତ୍ସା ଦିଗରେ ଏକ ବଡ ପଦକ୍ଷେପ ଏବଂ ଏଥିରେ ଏବେ କ୍ଲିନିକଲ ଟ୍ରାଏଲର ପଥ ପରିଷ୍କାର ହୋଇପାରେ।

ଆଣ୍ଟି ଭାଇରାଲ ରିସର୍ଚ୍ଚ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଇଭରମେକଟିନ ନାମକ ଔଷଧର କେବଳ ଗୋଟିଏ ଡୋଜ୍ କରୋନା ଭାଇରସ୍ ସମେତ ସବୁ ଭାଇରାଲ ଆରଏନଏକୁ ୪୮ ଘଣ୍ଟାରେ ସମାପ୍ତ କରି ପାରିବ। ଯଦି ସଂକ୍ରମଣର ପ୍ରଭାବ କମ ଥିବ ତେବେ ଭାଇରସ୍ ୨୪ ଘଣ୍ଟାରେ ସମାପ୍ତ ହୋଇ ପାରିବ। ଆରଏନଏ ଭାଇରସ୍ ସେହି ଭାଇରସକୁ କୁହାଯାଏ ଯାହାର ଜେନେଟିକ୍ ଉପାଦାନରେ ଆରଏନଏ ଅର୍ଥାତ ରିବୋ ନ୍ୟୁକ୍ଲିକ୍ ଏସିଡ୍ ରହିଥାଏ। ଏହି ଷ୍ଟଡିକୁ ଅଷ୍ଟ୍ରେଲିଆର ମୋନାଶ ୟୁନିଭର୍ସିଟିର କାଇଲି ଓ୍ଵୈଗଷ୍ଟାକଙ୍କ ସହିତ ଅନ୍ୟ ବୈଜ୍ଞାନିକ ମିଶି ଲେଖିଛନ୍ତି।

ଅଧ୍ୟୟନରେ ବୈଜ୍ଞାନିକ  କହିଛନ୍ତି ଯେ, ଇଭରନେକଟିନ୍  ଏମିତି ଏକ ଆଣ୍ଟି ପାରାସାଇଟ୍ ଡ୍ରଗ ଯାହା ଏଚଆଇଭି, ଡେଙ୍ଗୁ, ଇନଫ୍ଲୁଏଞ୍ଜା ଓ ଜିକା ଭାଇରସ ପରି ସମସ୍ତ ଭାଇରସକୁ ସମାପ୍ତ କରିପାରେ। ଓ୍ଵୈଗଷ୍ଟାକ ଏହା ମଧ୍ୟ ଚେତାଇ ଦେଇଛନ୍ତି ଯେ, ଏହି  ଅଧ୍ୟୟନ ଲ୍ୟାବରେ  କରାଯାଇଛି ଏବଂ ଏହାର ପରୀକ୍ଷଣ ଲୋକଙ୍କଠାରେ କରିବାର ଆବଶ୍ୟକତା ରହିଛି।

   Related Posts