ଆଣ୍ଟି ପାରାସାଇଟ୍ ମେଡିସିନରେ ୪୮ ଘଣ୍ଟାରେ ନିପାତ ହେଲେ କରୋନା ଭାଇରସ, ଅଷ୍ଟ୍ରେଲିଆ ବୈଜ୍ଞାନିକଙ୍କ ଦାବି

Published By : Prameya-News7 Bureau | April 05, 2020 IST

ସିଡନୀ, ୦୫|୦୪:  ଅଷ୍ଟ୍ରେଲିଆରେ ଏକ ସାଧାରଣ ଆଣ୍ଟି ପାରାସାଇଟ୍ ଡ୍ରଗ୍ କରୋନା ବିରୋଧ ଲଢେଇରେ ସଫଳ ହେବ ବୋଲି ଜଣେ ବୈଜ୍ଞାନିକ ଦାବି କରିଛନ୍ତି । ସେ ଲ୍ୟାବରେ ଏହାର ସଫଳ ପରୀକ୍ଷଣ କରିଛନ୍ତି । ଆଣ୍ଟି ପାରାସାଇଟ୍ ଡ୍ରଗ୍ ପରଜୀବୀଙ୍କଠାରୁ ସୃଷ୍ଟି ହେଉଥିବା ରୋଗ ବିରୋଧରେ କାର୍ଯ୍ୟ କରିଥାଏ ।

ଆଣ୍ଟିଭାଇରାଲ ରିସର୍ଚ୍ଚ ନାମକ ଏକ ପତ୍ରିକାରେ ପ୍ରକାଶ ପାଇଛି ଯେ, ଲ୍ୟାବରେ କରୋନା ଭାଇରସରେ ସଂକ୍ରମିତ କୋଷକୁ ଏହି ଆଣ୍ଟି ପାରାସାଇଟ୍ ମାତ୍ର ୪୮ ଘଣ୍ଟାରେ ମାରିଦେଇଛି । ପୂର୍ବରୁ ମଧ୍ୟ ଆଉ ଏକ ଆଣ୍ଟି ପାରାସାଇଟ୍ କରୋନା ଭାଇରସକୁ ମାରିଦେଇଥିଲା । ଏହା କରୋନା ମୁକାବିଲାରେ ଏକ ବଡ ସଫଳତା ବୋଲି କୁହାଯାଉଛି ।

{"id":249172,"width":754,"height":391,"sizeSlug":"large"}

ଏବେ ଏହି ଆଣ୍ଟି ପାରାସାଇଟ୍ ଡ୍ରଗକୁ କ୍ଲିନିକାଲ ଟେଷ୍ଟ କରାଯିବ । ଏହି ଆଣ୍ଟିପାରାସାଇଟର ନାଁ ହେଉଛି ଇଭରମେକ୍ସଟିନ୍ । ଏହା କେବଳ କରୋନା ନୁହେଁ ସମସ୍ତ ପରଜୀବୀ ଭୂତାଣୁ ସଂକ୍ରମିତ ଆରଏନଏକୁ ୪୮ ଘଣ୍ଟାରେ ମାରି ଦେଇଛି । ଯଦି ସଂକ୍ରମଣ କମ ହୋଇଥାଏ ତେବେ ଏହା ୨୪ ଘଣ୍ଟାରେ ଭାଇରସକୁ ନିପାତ କରିଥାଏ । ସୀଚନାଯୋଗ୍ୟ, ଆରଏନଏ ଭାଇରସ ସେହି ଭାଇରସକୁ କୁହାଯାଏ ଯାହା ଜେନେଟିକ୍ ମାଟେରିଆଲରେ ନ୍ୟୁକ୍ଲିକ୍ ଏସିଡ ରହିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.