Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଲକାନଗିରିରେ ମାଓ ବିରୋଧୀ ପୋଷ୍ଟର

20/08/2018 at 3:44 AM

ମାଲକାନଗିରି ୨୦/୮ : ମାଲକାନଗିରି ଜିଲ୍ଲା ଏମ୍ ଭି-୭୯ ଉଚ୍ଚ ବିଦ୍ୟାଳୟରେ ଲାଗିଛି ମାଓ ବିରୋଧୀ ପୋଷ୍ଟର । ମାଓବାଦୀଙ୍କୁ ଖୋଲା ଚିଠି ଦେଇଛି ସଂପୂର୍ଣ୍ଣ ହିଂସା ମୁକ୍ତ ଅଭିଯାନର ମୁଖ୍ୟ ଭରତ ଭୂଷଣ । ସାହସ ଅଛିତ ସାମ୍ନା ସାମ୍ନି ବିତର୍କକୁ ମାଓବାଦୀ ଆସନ୍ତୁ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । କିଛିଦିନ ତଳେ ମାଓବାଦୀଙ୍କ ପକ୍ଷରୁ ନକ୍ସଲ ବିରୋଧୀ ସମ୍ପୂର୍ଣ୍ଣ ହିଂସା ମୁକ୍ତ ଓଡିଶା ଅଭିଯାନ ଏବଂ ଆବାହକ ଭାରତ ଭୂଷଣଙ୍କୁ ବିରୋଧ କରି ୫ ପୃଷ୍ଠl ସମ୍ବଳିତ ପ୍ରେସନୋଟ ଜାରି କରାଯାଇଥିଲା । ଯାହାର ଜବାବରେ ହିଂସା ମୁକ୍ତ ଓଡିଶା ଅଭିଯାନ ପକ୍ଷରୁ ୪ ପୃଷ୍ଠାର ଖୋଲା ଚିଠି ଲଗାଯାଇଛି ।

   Related Posts