ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲାଗିଲା ମାଓ ବିରୋଧୀ ପୋଷ୍ଟର

Published By : Prameya-News7 Bureau | July 04, 2020 IST

ମାଲକାନଗିରି୪/୭: ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର। ମାଓବାଦୀଙ୍କୁ ବିରୋଧକରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ। ବିଚ୍ଛିନ୍ନ ଅଞ୍ଚଳ ଉନ୍ନୟନ ସମିତି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି । ପୋଷ୍ଟରେ ମାଓବାଦୀଙ୍କୁ ବିରୋଧ କରିବା ସହ ନିରୀହ ଜନତାଙ୍କ ଉପରେ ମାଓବାଦୀଙ୍କ ଜୁଲୁମ କରୁଥିବା ଅଭିଯୋଗ ହୋଇଛି ।

କରନା ସମୟରେ ମାଓବାଦୀମାନେ ବିଭିନ୍ନ ଗ୍ରାମରେ ପହଁଞ୍ଚି ଶହ ଶହ ଲୋକଙ୍କୁ ଡାକି ମିଟିଂ କରାଇବା ଦ୍ୱାରା କରୋନା ବ୍ୟାପିବାର ଭୟ ରହିଛି। ଏହାସହ ସରକାରୀ ନିୟମକୁ ଉଲଂଘନ ହେଉଥିବା ମଧ୍ୟ ପୋଷ୍ଟରରେ ଉଲ୍ଲେଖ ରହିଛି । ସରକାର ଦେଇଥିବା ଅଗ୍ରୀମ ୩ ମାସର ଭତ୍ତା ଓ ରାସନ ମାଓବାଦୀ ଲୋକଙ୍କୁ ଲୁଟି ନେଉଥିବା ସହ ଉନ୍ନୟନ ମୂଳକ କାମକୁ ମାଓବାଦୀ ବିରୋଧ କରୁଥିବାରୁ ଅଞ୍ଚଳରେ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଉନ୍ନତି ପାଇଁ ସବୁ ମିଶି ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟରେ ସହଯୋଗ କରିବା ସହ ମାଓବାଦୀଙ୍କ ଶିକାର ହୋଇଥିବା ଲୋକଙ୍କୁ ସରକାରୀ ସୁବିଧା ମିଳିବା ପାଇଁ ଏହି ପୋଷ୍ଟରରେ ଆହ୍ବାନ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.