କଳାହାଣ୍ଡି ଲାଞ୍ଜିଗଡ଼ ପଂଚାୟତରେ ମାଓ ବିରୋଧୀ ପୋଷ୍ଟର

Published By : Prameya-News7 Bureau | November 18, 2018 IST

କଳାହାଣ୍ଡି ୧୮/୧୧ : ନିୟମଗିରି ଦେଖିବାକୁ ମିଳିଛି ମାଓ ବିରୋଧୀ ପୋଷ୍ଟର । ଲାଞ୍ଜିଗଡ଼ ପଂଚାୟତ ବେନଗାଁରେ ଲାଗିଛି ପୋଷ୍ଟର । ରାଜ୍ୟର ପ୍ରଥମ ନକ୍ସଲ ବିରୋଧୀ ସମ୍ପୂର୍ଣ୍ଣ ହିଂସା ମୁକ୍ତ ଓଡିଶା ଅଭିଯାନ ପକ୍ଷରୁ ଏହି ପୋଷ୍ଟର ଲାଗିଛି । ୧. କଳାହାଣ୍ଡିରେ ଦୀର୍ଘ ବର୍ଷର ଆନ୍ଦୋଳନ ରେ ମାଓବାଦୀ ସ୍ଥାନୀୟ ଜନତାଙ୍କ ଉପରେ ଅତ୍ୟାଚାର କରିଚାଲିଛନ୍ତି । କିନ୍ତୁ ଏବେ ଆଉ ଏପରି ହେବ ନାହିଁ , ଏହାର ଜବାବ ତୁମକୁ ଦେବାକୁ ପଡିବ । ୨. ଆଦିବାସୀଙ୍କ ବିକାଶ କଥା କହୁଥିବା ମାଓବାଦୀ ଆଦିବାସୀଙ୍କ ପାଇଁ କଣ ସବୁ କରିଛନ୍ତି କୁହନ୍ତୁ ? ଆଉ ଆଗାମୀ ଦିନରେ କଣ ସବୁ କରିବେ ବି କୁହନ୍ତୁ । ୩. ଯଦି ଆଦିବାସୀଙ୍କ ବିକାଶ ପାଇଁ, ଶିକ୍ଷା ପାଇଁ, ରାସ୍ତାଘାଟ ନିର୍ମାଣ ଏବଂ ମେଡିକାଲ ନିର୍ମାଣ ପାଇଁ କିଛି ଯୋଜନା ନାହିଁ ତେବେ ବହୁତ ହେଇଗଲା ତୁମ ମିଛ ବିପ୍ଳବର ଦିବା ସ୍ବପ୍ନ । ଏବେ ଆଉ ତୁମ ଚାଲ ଆଉ ଚଳିବ ନାହିଁ । ୪. ବିକାଶ କାଯ୍ୟ କୁ ବିରୋଧ କରି ଜିଲ୍ଲାରେ କଣ ପାଇଁ ମାଓବାଦୀ ତୁମ ଏ ପୋଡାଜଳା ଏବଂ ଆଦିବାସୀଙ୍କ ହତ୍ୟା ? ୫. ବନ୍ଧୁକ ଛାଡି ଯଦି ବିକାଶ କାରବାର ଅଛି ତେବେ କର ନଚେତ, ମାଓବାଦୀ ତୁମେ କଳାହାଣ୍ଡି ଛାଡ଼ । ନଚେତ ଆଣ୍ଟି ନକ୍ସଲ ପିପିଲସ ପିସ ଫୋର୍ସ ତୁମକୁ ଆଉ ତୁମ ମାଓବାଦୀ ପାର୍ଟି କୁ ଅପାଡି ଫୋପାଡ଼ି ଦେବ । ୬. ସାବଧାନ ମାଓବାଦୀ ସମୟ ଥାଉ ଥାଉ ପରିବର୍ତ୍ତନ ହେଇଯାଓ ନଚେତ ପରିଣାମ ଭୟଙ୍କର ହେବ । ଅଖା ଧୋଉଥିବ ଗୁଣ ଗାଉଥିବ । ୭. ଆଦିବାସୀଙ୍କ ବିରୋଧୀ ମାଓବାଦୀ ତୁମେ କଳାହାଣ୍ଡି ଛାଡ଼, ତୁମେ କଳାହାଣ୍ଡି ଛାଡିଲେ ଏଠି ବିକାଶ ହେବ । ପ୍ରମୁଖ ଉଲ୍ଲେଖ ରହିଛି । ସାଧାରଣ ଜନତାଙ୍କୁ ବିନୀତ ଅନୁରୋଧ କି ସେମାନେ ମାଓବାଦୀଙ୍କ ଚିତ୍ର ଆଉ ଚରିତ୍ରକୁ ବୁଝନ୍ତି, ଆମକୁ ସହଯୋଗ କରନ୍ତୁ ବୋଲି ଏହି ପୋଷ୍ଟରରେ ଉଲ୍ଲେଖ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.