Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ମାଓ ଗଡ଼ରେ ମାଓ ବିରୋଧୀ ପୋଷ୍ଟର, ‘ବିପ୍ଳବ ନାଁରେ ନିରୀହ ଆଦିବାସୀଙ୍କୁ ହତ୍ୟା କରିବା ବର୍ବରତା ନୁହେଁ କି ?’

25/10/2020 at 9:22 PM

ମାଲକାନଗିରି ୨୫/୧୦: ମାଓ ଗଡ଼ରେ ମାଓ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। ମାଓବାଦୀଙ୍କୁ ବିରୋଧ କରି ବିଭିନ୍ନ ସ୍ଥାନରେ ମାଓ ବିରୋଧୀ ପୋଷ୍ଟର ଲାଗିଛି। ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ମାଓବାଦୀ ବିଭିନ୍ନ ସମୟରେ ପୋଷ୍ଟର ଲଗାଉଥିବା ଦେଖିବାକୁ ମିଳେ। କିନ୍ତୁ ବିକାଶକୁ ସ୍ବାଗତ କରୁଥିବା ଲୋକେ ଏବେ ଲଲବାହିନୀକୁ ବିରୋଧ କରିବା ଆରମ୍ଭ କରିଛନ୍ତି।

ମାଲକାନଗିରି ଜିଲ୍ଳାର ପାପଲୁର, କୁରବଙ୍ଗର ଓ ଜୋଡାମ୍ବରେ ମାଓ ବିରୋଧୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ମାଓବାଦୀ ସଂଗ୍ରାମ ନାଁରେ ମିଛ ବାହାନା କରୁଥିବା ପୋଷ୍ଟରରେ ଲେଖାଥିବା ବେ​‌ଳେ ବିପ୍ଳବ ନାଁରେ ନିରୀହ ଲୋକଙ୍କ ହତ୍ୟା କରୁଥିବା ମଧ୍ୟ ଅଭିଯୋଗ ହୋଇଛି।

ମାଓ ବିରୋଧୀ ଏହିସବୁ ପୋଷ୍ଟରରେ ଲେଖାଯାଇଛି,‘ମାଓବାଦୀମାନଙ୍କର ମୁଖା ଖୋଲିଗଲା। ଗତ ୨୦ ତାରିଖ ରାତିରେ ଖୁଜୁରୀଗୁଡ଼ା ଗାଁର ଆମ ଭାଇ ନିରୀହ ଆଦିବାସୀ ଦାସ ଖେମୁଡ଼ୁଙ୍କୁ ନିର୍ମମ ହତ୍ୟାକାଣ୍ଡ। ପରିବାରର ପେଟ ମାରି ତୁମମାନଙ୍କୁ ଖାଇବାକୁ ଦଉଛୁ କିନ୍ତୁ ତୁମେ ମାଓବାଦୀମାନେ ସେହି ପେଟକୁ ଗୁଳି ମାରି ହତ୍ୟା କରୁଛି।’

   Related Posts