ତାତିଲେ ମହିଳା : ହୋଟେଲରେ ପଶି ମଦ ବୋତଲ ଭାଙ୍ଗିବା ସହ ପୋଡାଜଳା

Published By : Prameya-News7 Bureau | June 19, 2019 IST

ସୋର ୧୯|୬: ତାତିଲେ ମହିଳା । ହୋଟେଲ ଭିତରେ ପଶି ମଦ କାଚ ଭାଙ୍ଗିବା ସହିତ ନିଆଁ ଲଗାଇଲେ । ବାଲେଶ୍ବର ଜିଲ୍ଲା ଖଇରା ଥାନା କୋଚିଆକୋଇଲି ଠାରେ ଥିବା ତାପସି ନାମକ ଏକ ହୋଟେଲରେ ଦୀର୍ଘ ଦିନ ଧରି ବେଆଇନ ଭାବେ ମଦ ବେପାର ଚାଲିଥିଲା । ସେହି ଅଞ୍ଚଳରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବାରମ୍ବାର ମନା କରିବା ପରେ ମଧ୍ୟ ହୋଟେଲ ମାଲିକ ମାନି ନଥିଲା ।

{"id":124849}

ଫଳରେ ସେହି ଗ୍ରାମର ବିଭିନ୍ନ ଚୋରି ସହିତ ବହୁ ଅସାମାଜିକ କାମରେ ଲୋକମାନେ ଲିପ୍ତ ରହୁଥିବାରୁ ଆଜି ବାଧ୍ୟ ହୋଇ ମା ଅମ୍ବିକା ସ୍ବୟଂ ସହାୟକ ଗୋଷ୍ଠୀ ତାଲମହୁରୀ ଓ ପଲସା ମହିଳା ଗୋଷ୍ଠୀ ସହିତ ଶତାଧିକ ମହିଳା ଏକଜୁଟ ହୋଇ ହୋଟେଲରେ ଥିବା ଫ୍ରିଜ ସହିତ ଆସବାବପତ୍ର ଓ ହୋଟେଲ ଥିବା ମଦ ଭାଙ୍ଗିବା ସହିତ ନିଆଁ ଲଗାଇ ଦେଇଥିଲେ । ଖଇରା ପୋଲିସ ପହଂଚିବା ସହିତ ଦମକଳ ପଂହଚି ନିଆଁକୁ ଆୟତ୍ତ କରିଥିଲେ । ହୋଟେଲ ମାଲିକକୁ ମହିଳା ମାନେ ଘୋଷାଡ଼ି ଘୋଷାଡ଼ି ମାଡ ମାରିଥିବା ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.