ଭାରତକୁ ବିରୋଧ କରିବା ଆମ ପାକିସ୍ତାନୀଙ୍କ ଜୀବିକା : ଫିରଦୋଶ ଆଶିକ ଅୱାନ୍

Published By : Prameya-News7 Bureau | November 11, 2020 IST

ଇସ୍ଲାମାବାଦ :  ଆଜିକାଲି ପାକିସ୍ତାନର ‘ଆଣ୍ଟି ଇଣ୍ଡିଆ ଚୁରନ’ ସବୁଠୁ ଅଧିକ ବିକ୍ରି ହେଉଛି। ବ୍ୟବସାୟରେ ଯେଉଁ ଜିନିଷ ଶୀଘ୍ର ବିକ୍ରି ହୁଏ ତାକୁ ସବୁଠୁ ଅଧିକ ବିକାଯାଏ। କେବଳ ପାକିସ୍ତାନ ସରକାର ନୁହନ୍ତି ଆଜିକାଲି ପ୍ରାୟ ସମସ୍ତେ ଏପରି କରୁଥିବା କହିଛନ୍ତି ପଞ୍ଜାବ ପ୍ରୋଭିନ୍ସର  ସୂଚନା ଓ ସଂସ୍କୃତି ମାମଲାର ସ୍ପେଶାଲ ଆସିଷ୍ଟାଣ୍ଟ ଫିରଦୋଶ ଆଶିକ ଅବାନ।

{"id":359925,"sizeSlug":"large"}

ଇମ୍ରାନଙ୍କ ଖାସ୍  ମନ୍ତ୍ରୀଙ୍କ ମଧ୍ୟରେ  ଫିର୍ଦ୍ଦୋଶ ଅନ୍ୟତମ। ତେବେ ପାକ୍ ଗଣମାଧ୍ୟମ ସହ ଆଲୋଚନା ବେଳେ ସେ ଏପରି କହିଥିବା ଜଣାପଡିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ହୁଅନ୍ତି କି ସାଧାରଣ ଜନତା ଭାରତ ଓ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଗାଳି ନଦେବା ପର୍ଯ୍ୟନ୍ତ ଖାଦ୍ୟ ମଧ୍ୟ ଗ୍ରହଣ କରୁନଥିବା ଫିରଦୋଶ କହିଛନ୍ତି। ଫିରଦୋଶ ଅତୀତରେ ପିପିପି ସାଂସଦ ଭାବେ କେନ୍ଦ୍ର ମନ୍ତ୍ରୀ ଅବସ୍ଥାପିତ ଥିଲେ। ଦେଶରେ ଇମ୍ରାନଙ୍କ ପାକିସ୍ତାନ ତେହେରିକ-ଏ-ଇସ୍ଲାମ ସରକାରକୁ ଆସିବା ପରେ ତାଙ୍କୁ ସୂଚନା ଓ ସଂସ୍କୃତି ବ୍ୟାପାର ସ୍ପେଶିଆଲ ଆସିଷ୍ଟାଣ୍ଟ ପଦବୀ ଦିଆଯାଇଛି।

wp:html /wp:html

ପାକିସ୍ତାନ ଆରି ଟିଭିର ଏକ ବିତର୍କରେ ଭାଗ ନେଇଥିବା ବେଳେ ଫିରଦୋଶ ଭାରତର ବିରୋଧ ପାକିସ୍ତାନୀଙ୍କ ଜୀବିକା ପାଲଟି ଯାଇଥିବା କହିଛନ୍ତି। ଏଣୁ ଦେଶରେ ବଡ଼ବଡ଼ ସମସ୍ୟା ଥିଲେ ବି ସେଥିପ୍ରତି କେହି କେବେ ନା ନଜର ଦେଇଛି ନା ଦେଉଛନ୍ତି ବୋଲି ସେ କହିଛନ୍ତି। ଏଣୁ ଭାରତ ତା ରାସ୍ତାରେ ଆଗକୁ ଚାଲୁଥିବା ବେଳେ ପାକିସ୍ତା ଅନେକ ପଛରେ ପଡିସାରିଥିବାର ସେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.