ଲାଞ୍ଚ ନେଲେ ଦୋଷୀ, ଦେଲେ ବି ଦୋଷୀ ; ଦୋଷୀକୁ ୩ବର୍ଷରୁ ସର୍ବାଧିକ ୭ବର୍ଷ ଜେଲ

Published By : Prameya-News7 Bureau | July 25, 2018 IST

ଲାଞ୍ଚ ନେବା ଲୋକ ଯେତିକି ଦୋଷୀ , ଲାଞ୍ଚ ଦେବା ଲୋକ ବି ସେତିକି ଦୋଷୀ । ଲୋକସଭାରେ ଗୃହୀତ ଦୁର୍ନୀତି ନିବାରଣ ସଂଶୋଧନ ବିଲ୍ ୨୦୧୮ରେ ରହିଛି ଏହି ପ୍ରାବଧାନ । ପୂର୍ବରୁ ବିଲ୍ଟି ରାଜ୍ୟସଭାରେ ଗୃହୀତ ହୋଇସାରିଛି । ମଙ୍ଗଳବାର ବିଲ୍ଟି ଲୋକସଭାରେ ଗୃହୀତ ହୋଇଛି । ଏଥିରେ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁ ଏବଂ ସେମାନଙ୍କୁ ଲାଞ୍ଚ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ଦଣ୍ଡ ପରିମାଣ ବୃଦ୍ଧିର ବ୍ୟବସ୍ଥା ରହିଛି । ଲାଞ୍ଚ ନେବା ଲୋକ ଓ ଦେବା ଲୋକ ସମାନ ଭାବେ ଦୋଷୀ ହେବେ । ଏହି ସଂଶୋଧିତ ଆଇନରେ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତି ଅତିକମ୍ରେ ୩ ବର୍ଷରୁ ସର୍ବାଧିକ ୭ ବର୍ଷ ଜେଲ୍ ଏବଂ ଜରିମାନା ଭୋଗିବେ । ପୂର୍ବରୁ ସର୍ବନିମ୍ନ ଜେଲ ଦଣ୍ଡ ୬ ମାସ ଥିଲା । ଏହା ସହ ଥରେ ଦୋଷୀ ସାବ୍ୟସ୍ତ ହେବା ପରେ ବି ପୁନର୍ବାର ଲାଞ୍ଚ ନେଇ କିମ୍ବା ଦେଇ ଧରାପଡିଲେ ୫ ବର୍ଷରୁ ୧୦ ବର୍ଷ ଜେଲ୍ ସହ ଜରିମାନା ଦେବାକୁ ହେବ । ବିଲ୍ଟି ସଂସଦର ଉଭୟ ଗୃହରେ ଗୃହୀତ ହୋଇ ସାରିଥିବାରୁ ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.