Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ବିପଦରେ ଶିଶୁଙ୍କ ଭବିଷ୍ୟତ : ଶିଶୁ ଶ୍ରମିକର ଗଡ ପାଲଟିଛି ଏହି ସବୁ ରାଜ୍ୟ

14/06/2019 at 4:17 PM

ଜୁନ ୧୨ ତାରିଖରେ ସାରା ଦୁନିଆ ପାଳନ କରିଥିଲା ଶିଶୁ ଶ୍ରମିକ ନିଷେଧ ଦିବସ । ୨୦୦୨ ମସିହାରୁ ଏହି ଦିବସ ଆରମ୍ଭ ହୋଇଥିଲା । ଶ୍ରମିକ ଭାବେ କାମ କରୁଥିବା ୧୪ ବର୍ଷରୁ କମ୍ ବୟସ ପିଲାଙ୍କୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଅନ୍ତରାଷ୍ଟ୍ରୀୟ ଶ୍ରମିକ ସଂସ୍ଥା ଏହି ଦିବସର ପ୍ରାରମ୍ଭ କରିଥିଲା । ୧୭ ବର୍ଷ ବିତିଗଲାଣି, ତଥାପି ଦେଶରେ ଶିଶୁ ଶ୍ରମିକ ଉପରେ ଲଗାମ ଲାଗିପାରିନାହିଁ ।

ଭାରତରେ କେତେ ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି ତାର ସ୍ପଷ୍ଟ ସୂଚନା ନାହିଁ । କିନ୍ତୁ ୨୦୧୧ ଜନଗଣନା ଅନୁଯାୟୀ, ଭାରତରେ ୫ ବର୍ଷରୁ ୧୪ ବର୍ଷ ବୟସ ମଧ୍ୟରେ ଏକ କୋଟିରୁ ଅଧିକ ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି । ଅନ୍ତରାଷ୍ଟ୍ରୀୟ ଶ୍ରମ ସଂଗଠନର ଏକ ରିପୋର୍ଟ ଅନୁଯାୟୀ, ସାରା ଦୁନିଆରେ ପାଖାପାଖି ୧୫.୨ କୋଟି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି ।

ଭାରତର ଗ୍ରାମୀଣ ଅଞ୍ଚଳରେ ଅଧିକ ମାତ୍ରାରେ ଶିଶୁ ଶ୍ରମିକ କାମ କରୁଛନ୍ତି । ରିପୋର୍ଟ ଅନୁଯାୟୀ, ପାଖାପାଖି ୮୦ ପ୍ରତିଶତ ଶିଶୁ ଶ୍ରମିକ ଗ୍ରାମୀଣ ଅଞ୍ଚଳରେ ଅଛନ୍ତି । ପାଖାପାଖି ୩୩ ଲକ୍ଷ ଶିଶୁ ଚାଷ କାମରେ ଲାଗିଥିବାବେଳେ ୨୭ ଲକ୍ଷ ଶିଶୁ ଅନ୍ୟାନ୍ୟ ସେକ୍ଟରରେ ଶ୍ରମିକ ଭାବେ କାମ କରୁଛନ୍ତି ।

ଭାରତର ୫ଟି ବଡ ବଡ ରାଜ୍ୟରେ ସବୁଠାରୁ ଅଧିକ ଶିଶୁ ଶ୍ରମିକ ଅଛନ୍ତି । ସେହି ରାଜ୍ୟଗୁଡିକ ହେଲା ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ, ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶ । ମୋଟ ୫୫ ପ୍ରତିଶତ ଶିଶୁ ଶ୍ରମିକ ଏହିସବୁ ରାଜ୍ୟରେ ଅଛନ୍ତି ।

ଉତ୍ତର ପ୍ରଦେଶରେ ୨୧.୫ ପ୍ରତିଶତ ଶିଶୁ ଶ୍ରମିକ ଥିବାବେଳେ ବିହାରରେ ୧୦.୭ ପ୍ରତିଶତ ଶିଶୁ ଶ୍ରମିକ ଅଛନ୍ତି । ରାଜସ୍ଥାନରେ ପାଖାପାଖି ୮.୫ ଲକ୍ଷ ଶିଶୁ ଶ୍ରମିକ ଅଛନ୍ତି । 

ପୁରା ଦୁନିଆରେ ସବୁଠାରୁ ଅଧିକ ଶିଶୁ ଶ୍ରମିକ ଆଫ୍ରିକାରେ ଅଛନ୍ତି । ଆଫ୍ରିକାରେ ୭.୨୧ କୋଟି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି । ଦୁନିଆର ସବୁଠାରୁ ବିକଶିତ ଦେଶ ଆମେରିକାରେ ଶିଶୁ ଶ୍ରମିକ ସଂଖ୍ୟା କୋଟିଏ ଉପରକୁ ରହିଛି ।

   Related Posts