ମମତାଙ୍କ ଧାରଣାକୁ ମୋଦି ବିରୋଧୀ ରାଜନୈତିକ ଦଳର ନେତାଙ୍କ ସମର୍ଥନ

Published By : Prameya-News7 Bureau | February 04, 2019 IST

କୋଲକତା ୪|୨: ମମତା ବାନାର୍ଜୀଙ୍କ ଧାରଣାକୁ ମୋଦି ବିରୋଧୀ ଅନ୍ୟ ରାଜନୈତିକ ଦଳର ନେତାଙ୍କ ସମର୍ଥନ ମିଳିଛି। ମମତାଙ୍କ ଧାରଣାକୁ ସମର୍ଥନ ଜଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ସମାଜବାଦୀ ପାର୍ଟି ମୁଖ୍ୟ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ପ୍ରମୁଖ।

ମୋଦି ସରକାର ଅମଳରେ ଦେଶର ଗଣତନ୍ତ୍ର ଓ ସଂଘୀୟ ବ୍ୟବସ୍ଥାକୁ ହତ୍ୟା କରାଯାଉଥିବା ଏହି ନେତାମାନେ ଅଭିଯୋଗ କରିଛନ୍ତି। ମୋଦି ବିରୋଧୀ ମହାଗଠବନ୍ଧନ ନେତାମାନେ ମମତା ବାନାର୍ଜୀଙ୍କ ସମର୍ଥନରେ ଛିଡ଼ା ହୋଇଛନ୍ତି। ଏହାକୁ ନେଇ ଆଗକୁ ଦେଶରେ ରାଜନୀତି ଜୋର ଧରିବାର ସମ୍ଭାବନା ଅଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ବାରା ଜାନୁଆରୀ ୧୯ରେ କୋଲକାତାରେ ଆୟୋଜିତ ରାଲିରେ ଏହି ସବୁ ଦଳର ନେତାମାନେ ଯୋଗ ଦେଇଥିଲେ। ଏହା ପରଠାରୁ ମୋଦି-ମମତା ଲଢ଼େଇ ଜୋର୍ ଧରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.