Covidରେ ବିଶିଷ୍ଟ ଆନ୍ଥ୍ରୋପୋଲଜିଷ୍ଟ ପ୍ରଫେସର ଡ.ଭି.କେ.ଶ୍ରୀବାସ୍ତବଙ୍କ ପରଲୋକ
23/12/2020 at 10:34 PM

ନୂଆଦିଲ୍ଲୀ ୨୩।୧୨: ଦେଶର ବିଶିଷ୍ଟ ଆନ୍ଥ୍ରୋପୋଲଜିଷ୍ଟ ତଥା ଭାରତୀୟ ମାନବ ବିଜ୍ଞାନ ସର୍ଭେ (ଆନ୍ଥ୍ରୋପୋଲଜିକାଲ ସର୍ଭେ ଅଫ ଇଣ୍ଡିଆ) ର ନିର୍ଦ୍ଦେଶକ ଡ.ଭି.କେ. ଶ୍ରୀବାସ୍ତବଙ୍କର ବୁଧବାର ପରଲୋକ ହୋଇଛି। ସେ କୋଭିଡ-୧୯ରେ ଆକ୍ରାନ୍ତ ଥିଲେ। ରାଜଧାନୀ ଦିଲ୍ଲୀସ୍ଥିତ ଏସିୟାନ ହାର୍ଟ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଡ.ଶ୍ରୀବାସ୍ତବଙ୍କ ପରଲୋକ ସମ୍ପର୍କରେ ଥିବା ଆନ୍ଥ୍ରୋପୋଲଜିକାଲ ସୋସାଇଟି ସଦସ୍ୟ ଏନ.କେ. ବୈଦ୍ୟ ସୂଚନା ଦେଇଛନ୍ତି। ସେ କୋଭିଡ ସଂକ୍ରମିତ ହୋଇଥିବା ବେଳେ ନିମୋନିଆ ଆକ୍ରାନ୍ତ ହୋଇଥିଲେ। ଏଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଆଖି ମୁଦିଛନ୍ତି।
ପ୍ରାୟ ୪ ବର୍ଷ ପୂର୍ବେ ଡ.ଶ୍ରୀବାସ୍ତବ ମାନବ ବିଜ୍ଞାନ ସର୍ଭେରେ ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ। ଏହା ପୂର୍ବରୁ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆନ୍ଥ୍ରୋପୋଲୋଜି ବିଭାଗମୁଖ୍ୟ ଓ ପୂର୍ବରୁ ହିନ୍ଦୁ କଲେଜର ପ୍ରିନ୍ସିପାଲ ମଧ୍ୟ ଅବସ୍ଥାପିତ ଥିଲେ।