ଲମତାପୁଟ ବ୍ଲକରେ ଆନ୍ଥ୍ରାକ୍ସ ଆତଙ୍କ, ଜଣଙ୍କର ମୃତ୍ୟୁ, ପହଞ୍ଚିଲା ଡାକ୍ତରୀ ଟିମ୍‌

Published By : Prameya-News7 Bureau | October 25, 2021 IST

ଲମତାପୁଟ, ୨୫/୧୦: ଲମତାପୁଟ ବ୍ଲକ ତୁକୁମ୍ ଗ୍ରାମରେ ଆନ୍ଥ୍ରାକ୍ସ ଆତଙ୍କ । ଗତକାଲି ୩  ଜଣ ଆକ୍ରାନ୍ତ ହୋଇଥିବା ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିଲା । ମଦନ କ୍ରିଶାନିଙ୍କ ଅବସ୍ଥା ସଙ୍କଟାପୂର୍ଣ୍ଣ ଥିବାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କୋଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଆଜି ପୁଣି ଆଉ ଜଣେ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଘଟଣାର ଖବର ପାଇ କୋରାପୁଟ ଏବଂ ଭୁବନେଶ୍ବରରୁ ୮ ଜଣିଆ ଡାକ୍ତରୀ ଟିମ ଆସି ରକ୍ତ ନମୁନା ସଂଗ୍ରହ କରିଛନ୍ତି । ୩ ଜଣଙ୍କ  କ୍ଷେତ୍ରରେ  ଆନ୍ଥ୍ରାକ୍ସରେ ଆକ୍ରନ୍ତ ହୋଇଥିବା ସନ୍ଦେହ କରାଯାଉଛି ।

wp:html https://www.youtube.com/watch?v=gMkr_JBvTB8 /wp:html

ଅଜି ରକ୍ତ ନମୁନା ସଂଗ୍ରହ ସାରିବା ପରେ  ଲ୍ୟାବକୁ  ପଠାଇ ଦିଆଯାଇଛି । ରିପୋର୍ଟ ଆସିବା ପରେ ଜଣାପଡିବ ଏହା ଆନ୍ଥ୍ରାକ୍ସ ରୋଗକି ନାହିଁ ତାହା ଜଣାପଡ଼ିବ ।  ଡାକ୍ତର କହିଛନ୍ତି  ଗ୍ରାମରେ  ଗତ ରବିବାର ଦିନ ଗାଈ ଗୋଟିଏ ମରିଯାଇଥିଲା । ତାକୁ କିଛି ବ୍ୟକ୍ତି କାଟି ଖାଇଥିଲେ । ଗ୍ରାମରେ ୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଣକ ମୃତ୍ୟୁ ଘଟିଛି । ଗ୍ରାମବାସୀଙ୍କୁ ସଚେତନ କରାଇବା ସହ ୫ ଦିନ ପର୍ଯ୍ଯନ୍ତ ସର୍ଭେ କାର୍ଯ୍ୟ ଜାରି ରହିବା ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.