Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଲମତାପୁଟ ତୁକୁମ୍ ଗାଁରେ ଆନ୍ଥରାକ୍ସ ଆତଙ୍କ: ୩ ଆକ୍ରାନ୍ତ ଓ ଜଣେ ମୃତ, ସ୍ୱାସ୍ଥ୍ୟ ବିଭାଗର ଯାଞ୍ଚ

24/10/2021 at 1:01 PM

ଲମତାପୁଟ ୨୪/୧୦: ଲମତାପୁଟ ବ୍ଲକ ତୁକୁମ୍ ଗାଁରେ ଆନ୍ଥରାସ୍କ୍ ଆତଙ୍କ । ୩ଜଣ ଆକ୍ରାନ୍ତ ଥିବା ବେଳେ ଜଣକ ମୃତୁ ହୋଇଥିବା ଜଣା ପଡ଼ିଛି । ମଦନ କ୍ରିଶାନି ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଖବର ପାଇ ମେଡିକାଲ ଟିମ ପହଞ୍ଚିଛି ।

ଗତ ସପ୍ତାହରେ ମଲା ଗାଇକୁ କିଛି ବ୍ୟକ୍ତି କାଟି ଖାଇଥିବା ହେତୁ ଆନ୍ଥାରାକ୍ସ ଆକ୍ରାନ୍ତ ହୋଇଥିବା ସନ୍ଦେହ ସୃଷ୍ଟି ହୋଇଛି । ଏବଂ ଗତକାଲି ତୁକୁମ ଗ୍ରାମ ର ୩୦ ବର୍ଷର ଡମୁ କ୍ରୀସାନିଙ୍କ ମୃତ୍ୟୁ ଘଟିଥିବା ଗ୍ରାମବାସୀ କହିଛନ୍ତି । ତେବେ ସଚେତନ ଅଭାବରୁ ଏହି ଘଟଣା ଘଟିଥିବା ଗ୍ରାମବାସୀ କହିଛନ୍ତି ।

ସେପଟେ ଡାକ୍ତର କହିଛନ୍ତି କୌଣସି କାରଣରୁ ମୃତ୍ୟୁ ଘଟିଛି ଏବଂ କେତେ ଆକ୍ରାନ୍ତ ହୋଇଛନ୍ତି ଅନୁଧ୍ୟାନ କରାଯିବ । ଏବଂ ଡାକ୍ତରୀ ଦଳ ୫ ଦିନ ଅନୁଧ୍ୟାନ କରିବେ । ଆକ୍ରାନ୍ତଙ୍କ ବ୍ଲଡ଼ ସାମ୍ପୁଲ ପଠାଇବା ପରେ ଏହା ଆନ୍ଥାରାକ୍ସ କି ନାହିଁ ଜଣାପଡିବ । କିନ୍ତୁ ପ୍ରାଥମିକ ତଦନ୍ତ ରୁ ଏହା ଆନ୍ଥାରାକ୍ସ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ଆକ୍ରନ୍ତ ଙ୍କୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଚିକସ୍ତା କରାଯିବ ଯଦି କେହି ଗୁରୁତର ଥିବେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାକୁ ସ୍ତାନାନ୍ତରିତ କରାଯିବ କହଛନ୍ତି ।

   Related Posts