କୋଭିଡ-୧୯କୁ ନେଇ ସନ୍ଦେହରେ ଆମେରିକୀୟ ମହମାରୀ ବିଶେଷଜ୍ଞ ଓ ବିଲ୍ ଗେଟସ୍‌, ଡା. ଫାଉସୀଙ୍କ ଇ-ମେଲ ଚାଟ୍ ଲିକ୍‌

Published By : Prameya-News7 Bureau | June 03, 2021 IST

ୱାସିଂଟନ: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସ ମହାମାରୀ। ତେବେ ବିଶ୍ୱରେ ଏହି ଭୟଙ୍କର ଭୂତାଣୁ ସଂକ୍ରମଣ ପଛରେ ଆମେରିକୀୟ ମହାମାରୀ ବିଶେଷଜ୍ଞ ଡା.ଆନ୍ଥୋନୀ ଫାଉସୀ ଓ ବିଶ୍ୱର ପ୍ରମୁଖ ବିତ୍ତଶାଳୀ ବ୍ୟକ୍ତିତ୍ୱ ବିଲ୍ ଗେଟସ୍‌ ଏବେ ସନ୍ଦେହ ଘେରକୁ ଆସିଛନ୍ତି। ମାମଲାରେ ଡା. ଫାଉସୀଙ୍କ ଇ-ମେଲ ଚାଟ୍‌ ଲିକ୍‌ ହୋଇଯାଇଛି। ପ୍ରାୟ ୮୬୬ ପୃଷ୍ଠାର ଏହି ଇ-ମେଲ ଚାଟ୍‌ରେ ଡା. ଫାଉସୀ ଓ ଚୀନ୍‌ ମହାମାରୀ ବିଶେଷଜ୍ଞ ତଥା ଚାଇନିଜ୍‌ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲଙ୍କ ନିର୍ଦ୍ଦେଶକ ଡା.ଜର୍ଜ ଗାଉଙ୍କ ସହ କଥାବାର୍ତ୍ତା ରହିଛି।

ଗତବର୍ଷ ଏପ୍ରିଲ ମାସରେ ଯେତେବେଳେ ସାରା ବିଶ୍ୱକୁ ମହାମାରୀ ବ୍ୟାପିସାରିଥିଲା ସେତେବେଳେ ଡା. ଫାଉସୀ ଓ ଡା.ଗାଉ ବେଶ୍‌ ବନ୍ଧୁତ୍ୱପୂର୍ଣ୍ଣ ଶୈଳୀରେ ଚାଟିଂ କରିଥିଲେ। ଏହି ଲିକ୍‌ ଚାଟ୍‌ ପୃଷ୍ଠାଗୁଡିକ ପ୍ରତିଷ୍ଠିତ ଆମେରିକୀୟ ଦୈନିକ ୱାସିଂଟନ ପୋଷ୍ଟଙ୍କ ହସ୍ତଗତ ହୋଇଥିବା ସମ୍ବାଦପତ୍ର ଦାବି କରୁଛି। ଏଥିରୁ କିଛି ପ୍ରକାଶିତ ମଧ୍ୟ ହେଲାଣି। ଯେଉଁଥିରେ ଚୀନ୍‌ ପ୍ରୟୋଗଶାଳାରୁ ଭୂତାଣୁ ଲିକ୍‌ ନୁହେଁ ସୃଷ୍ଟି କରି ପ୍ରସାର କରିଦିଆଯାଇଛି ବୋଲି ଏବେ ସନ୍ଦେହ କରାଯାଉଛି।

{"id":460833,"width":836,"height":470,"sizeSlug":"large","linkDestination":"none"}

ଚାଟିଂରେ କୌଣସି ସ୍ଥାନରେ ଦୁଇ ମହାମାରୀ ବିଶେଷଜ୍ଞ କୋଭିଡ-୧୯ ନେଇ ସାମାନ୍ୟତମ ଆଲୋଚନା ମଧ୍ୟ କରିନାହାନ୍ତି। ଏହା ସମ୍ପୂର୍ଣ୍ଣ ସାମ୍ବାଦିକ ଶୈଳୀରେ ଥିବା ବେଳେ ପରସ୍ପର କିନ୍ତୁ ଭୂତାଣୁ ସୃଷ୍ଟି ଓ ବିଶ୍ୱକୁ ପ୍ରସାରଣ ନେଇ ଏଥିରେ ଖୁବ୍ ଆଲୋଚନା କରୁଥିବାର ସନ୍ଦେହ କରାଯାଉଛି। ଏଥିରେ ଡା. ଫାଉସୀ ଆମେରିକୀୟ ଧନପତି ବିଲ୍ ଗେଟ୍‌ସ୍‌ଙ୍କ ସହ ଚାଟ୍‌ ବଦଳେ ସିଧାଶଳଖ ଟେଲିଫୋନ ଆଳାପ କରିଥିବାର ଜଣାପଡିଛି। ଯେଉଁଥିରେ ଡା. ଫାଉସୀ ଏହି ମହାମାରୀ ଲାଗି ବିଲ୍‌ ଓ ମିଲଣ୍ଡା ଗେଟସ୍‌ ଫାଉଣ୍ଡେସନ ଦ୍ୱାରା କରୋନା ଭାକ୍ସିନ ପ୍ରସ୍ତୁତ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।

ଏଥିରୁ ଆମେରିକୀୟ ମହାମାରୀ ବିଶେଷଜ୍ଞ ଓ ଚୀନ୍  ପ୍ରୟୋଗଶାଳାର ଏକ୍ସପର୍ଟମାନଙ୍କ ମଧ୍ୟରେ ମହାମାରୀ ପୂର୍ବରୁ ସମ୍ପର୍କ ଥିବା ଓ ଏହାକୁ ବିଶ୍ୱରେ ପ୍ରସାର କରିବାରେ ହାତ ଥିବାର ସନ୍ଦେହ କରାଯାଉଛି।  ଏହା ପୂର୍ବରୁ ଗତ ମାସରେ ଡା. ଫାଉସୀ ଉହାନ ଲ୍ୟାବ୍‌କୁ ଆର୍ଥିକ ସହଯୋଗ କରିଥିବାର ଅଭିଯୋଗ ଉଠିଥିଲା। ଏବେ ଇ-ମେଲ ଲିକ୍‌ ହେବା ପରେ ଏହି ଷଡ଼ଯନ୍ତ୍ରରେ ହୁଏତ ଡା. ଫାଉସୀ ସାମିଲ ଥିଲେ, କରୋନା ଭାଇରସ ମହାମାରୀ ସମ୍ପର୍କରେ ତାଙ୍କୁ ହୁଏତ ସବୁକିଛି ସୂଚନା ଥିଲା ଓ ଭୂତାଣୁ ସୃଷ୍ଟି କରିବାରେ ସେ ଚୀନ୍‌ ଲ୍ୟାବ୍‌କୁ ଆର୍ଥିକ ସହଯୋଗ କରୁଥିଲେ ବୋଲି ସନ୍ଦେହ କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.