ଆଣ୍ଟାର୍କଟିକାରେ ବଦଳୁଛି ବରଫର ରଙ୍ଗ, ଚିନ୍ତାରେ ବୈଜ୍ଞାନିକ

Published By : Prameya-News7 Bureau | May 22, 2020 IST

ହାଲେ: ଆଣ୍ଟାର୍କଟିକାର ବରଫ ଆଛାଦିକ ଶ୍ୱେତ ଧବଳ ପାହାଡ ସେମାନଙ୍କ ରଙ୍ଗ ବଦଳେଇବା ଆରମ୍ଭ କରିଛନ୍ତି। ଶ୍ୱେତ ପାହାଡ ଗୁଡିକ ନେଳିହେବାରେ ଲାଗିଛନ୍ତି। ଯାହା ଏବେ ବୈଜ୍ଞାନିକଙ୍କୁ ଚିନ୍ତାରେ ପକାଇଛି। ଏତେଶୀଘ୍ର ପାହାଡ ରଙ୍ଗବଦଳାଇବା ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ କରିଛି। ଶୈବାଳ ଯୋଗୁ ପାହାଡଗୁଡିକର ରଙ୍ଗବ ଦଳୁଥିବା ବୈଜ୍ଞାନିକ ଆଶଙ୍କା ପ୍ରକାଶ କରୁଛନ୍ତି। ଆଣ୍ଟାର୍କଟିକାରେ ଶୈବାଳ ଦୀର୍ଘ ବର୍ଷରୁ ଅଛନ୍ତି। ହେଲେ ପାହାଡରେ ମାଡୁଥିବାର କେବେ ଦେଖାଯାଇନଥିଲା।

{"id":274357,"sizeSlug":"large"}

ପାହାଡ ରଙ୍ଗବଦଳାଉଥିବାର ପ୍ରଥମେ ଅନ୍ତରୀକ୍ଷ ଫଟୋ ଚିତ୍ରରୁ ଦେଖିବାକୁ ମିଳିଥିଲା। ହେଲେ ସେତେବେଳେ ଖାଲି ଆଖିରେ ପାହାଡ ରଙ୍ଗବଦଳାଉଥିବା ଜଣାପଡୁନଥିଲା। ଏବେ ବରଫ ପାହାଡଗୁଡିକୁ ଦେଖିଲେ ଯେ କେହିବି ଏହାର ରଙ୍ଗ କହିପାରୁଛନ୍ତି। ୟୁରୋପୀୟ ସ୍ପେଶ ଏଜେନ୍ସୀ(ଇସା) ପାହାଡର ରଙ୍ଗ ବଦଳୁଥିବା ଘଟଣାର ଗବେଷଣା ଲାଗି ଗତ ୨ ବର୍ଷର ଡାଟା ଏକତ୍ର କରିଥିଲେ। ଏହିସବୁ ଡାଟାକୁ ନେଇ ବ୍ରିଟିଶ ଆଣ୍ଟାର୍କଟିକା ସର୍ଭେକ୍ଷଣ ଏକ ମାନଚିତ୍ର ପ୍ରସ୍ତୁତ କରିଛନ୍ତି। ଯେଉଁଥିରୁ ବରଫ ପାହାଡ ସବୁ ଶୈବାଳରେ ଢାଙ୍କି ହେଉଥିବାର ଜଣାପଡୁଛି।  

{"id":274360,"width":583,"height":384,"sizeSlug":"large"}

ମାନଚିତ୍ରରୁ ଆଣ୍ଟାର୍କଟିକାର ପଠା ଓ ଉପକୂଳ ଅଧିକ ନେଳି ଦେଖାଯାଉଛି। ଏପରି ଲାଗୁଛି ଯେପରି ଆଣ୍ଟାର୍କଟିକା ଘାଷ ପଡିଆରେ ପରିଣତ ହେବାରେ ଲାଗୁଛି। ତେବେ ବୈଶ୍ୱିକ ପାଣିପାଗ ପରିବର୍ତ୍ତନ ଓ ପ୍ରଦୂଷଣ ଯୋଗୁ ଏପରି ହେଉଥାଇପାରେ ବୋଲି ବୈଜ୍ଞାନିକ ଆଶଙ୍କା ବ୍ୟକ୍ତ କରିଛନ୍ତି। ପ୍ରଦୂଷଣରୁ ବିଶ୍ୱର କୌଣସି କୋଣ ଏବେ ବାଦ ନାହିଁ। ଏଥିରେ ଆଣ୍ଟାର୍କଟିକା ମଧ୍ୟ ସାଂଘାତିକ ପ୍ରଭାବିତ ହୋଇଥିବାର ଅନୁମାନ କରାଯାଉଛି। ପରିବେଶରୁ ଶୈବାଳ କାର୍ବନ ଡାଇଅକ୍ସାଇଡ ଶୋଷି ନିଅନ୍ତି। ଏଥିରୁ ଅଞ୍ଚଳରେ କାର୍ବନର ଉତ୍ସର୍ଜନ ବଢିଥିବାର ମଧ୍ୟ ଆଶଙ୍କା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.