ଶୁଖି ଗଲାଣି ଅଂଶୁପା ହ୍ରଦ

Published By : Prameya-News7 Bureau | June 05, 2018 IST

ଅଂଶୁପା । ଏସିଆ ମହାଦେଶର ସବୁଠୁ ବଡ ମଧୁର ଜଳ ହ୍ରଦ । ଗତ କିଛି ବର୍ଷ ହେଲା ସ୍ବଳ୍ପ ବୃଷ୍ଟିଯୋଗୁଁ ଅଂଶୁପା ଏବେ ଜରାଜୀର୍ଣ୍ଣ । ଶୁଖିଲା ପଡିବାକାରଣରୁ ଦଳ ମାଡିଗଲାଣି । ମାଛମରି ଜୀବିକା ନିର୍ବାହ କରୁଥିବା ମତ୍ସଜୀବୀ ଜୀବିକା ହରାଇବାକୁ ବସିଲେଣି । ଅଂଶୁପା ସୌନ୍ଦର୍ଯ୍ୟ ହରାଇ ବସିଥିବା ବେଳେ ପାଣି ଅଭାବରୁ ଚାଷ ପ୍ରଭାବିତ ହେଉଛି । ଶୁଖିଲା ପଡିଛି ଅଂଶୁପା ହ୍ରଦ । ମହାନଦୀରୁ ଅଂଶୁପାକୁ ସଂଯୋଗ ହୋଇଥିବା କେନାଲ ବି ଶୁଖିଲା । ପାଣି ଅଭାବରୁ ହ୍ରଦ ଏବେ ଦଳମୟ । ୭୫୦ ଏକର ବିଶିଷ୍ଟ ହ୍ରଦର ଅଳ୍ପ କିଛି ସ୍ଥାନରେ ପାଣି ରହିଛି । ଗତ କିଛି ବର୍ଷ ହେବ ମହାନଦୀ ଶୁଖିଲଶ ପଡିଥିବାରୁ ଏମିତି ସମସ୍ୟ ଦେଖାଦେଇଛି । କାରଣ ମହାନଦୀର ବନ୍ୟପାଣି ଅଂଶୁପାରେ ପ୍ରବେଶ କରିଥାଏ ।ପାଣି ନଥିବାରୁ ମାଛମାରି ଜୀବିକା ନିର୍ବାହ କରୁଥିବା ମତ୍ସଜୀବୀ ହାତ ବାନ୍ଧି ବସିଲେଣି । ଚାଷବାସ ଉପରେ ଏହାର ପ୍ରଭାବ ପଡିଛି । ବିଭିନ୍ନ ସମୟରେ ସରକାରୀ ଅର୍ଥରେ ଦଳ ସଫା କାମ ଚାଲିଛି । ହେଲେ ଏଥରୁ କିଛି ଫାଇଦା ମଳୁନି । କାରଣ ଅଳ୍ପ କିଛି ସ୍ଥାନରେ ପାଣି ଥିବାରୁ ସଫା ହେବାର ଅଳ୍ପ ଦିନ ମଧ୍ୟରେ ପୁଣି ଦଳ ମାଡିଯାଉଛି । ମହାନଦୀରେ ସ୍ବତନ୍ତ୍ର ବ୍ୟାରେଜ୍ ନିର୍ମାଣ ସହ ହ୍ରଦର ଚାରିପଟେ ସିମେଣ୍ଟ ଢାଳେଇ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ନହେଲେ ଅଂଶୁପା ଦ୍ରଦ ଦିନେ ନିଶ୍ଚିହ୍ନ ହୋଇଯିବ ଏଥିରେ ସନ୍ଦେହ ନାହିଁ । ଏଭଳି ସ୍ଥିତିରେ ଅଂଶୁପାର ପୁନଃରୁଦ୍ଧାର ପାଇଁ ସରକାର କେବେ ଯୋଜନା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.