Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ରାଜୀବ ତ୍ୟାଗୀ ପରଲୋକ ମାମଲା: ସମ୍ବିତ ପାତ୍ର ଓ ନ୍ୟୁଜ୍ ଚାନେଲ ଆଙ୍କରଙ୍କ ବିରୋଧରେ ଥାନାରେ ଏତଲା

13/08/2020 at 8:38 PM

ଲକ୍ଷ୍ନୌ ୧୩।୮:  କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗୀଙ୍କ ପରଲୋକକୁ ନେଇ ରାଜନୀତି ଏବେ ଉଷ୍ମ ହେବାରେ ଲାଗିଛି। ଉତ୍ତରପ୍ରଦେଶ କଂଗ୍ରେସ ନେତା ଅଂଶୁ ଅବସ୍ଥୀ ଏ ନେଇ ହଜରତଗଞ୍ଜ ଥାନାରେ ଏକ ଏତଲା ରୁଜୁ କରିଥିବା ବେଳେ ଏଥିରେ ବିଜେପି ନେତା ସମ୍ବିତ ପାତ୍ର, ନ୍ୟୁଜ୍ ଚାନେଲ ମାଲିକ ଓ ଆଙ୍କରଙ୍କୁ ଅଭିଯୁକ୍ତ କରିଛନ୍ତି।

ଅବସ୍ଥି ତାଙ୍କ ଅଭିଯୋଗରେ ଦେଶର ଗଣମାଧ୍ୟମ ଲୋକଙ୍କ ମନରେ ଯେପରି ବିଷ ସିଞ୍ଚନ କରୁଛନ୍ତି କଂଗ୍ରେସ ମୁଖପାତ୍ର ନିଜର ପ୍ରାଣ ଦେଇ ତାହା ପ୍ରମାଣିତ କରିଛନ୍ତି। ଯଦି ଏବେଠାରୁ ବୈଦୁତିକ ଗଣମାଧ୍ୟମଙ୍କ ଏପରି କାର୍ଯ୍ୟପ୍ରତି ଧ୍ୟାନ ଦିଆ ନ ଯାଏ ତେବେ ଦେଶରେ ଆଗକୁ ଏହା ନିୟମିତ ଘଟଣାରେ ପରିଣତ ନ ହେବା ତାହା କୁହାଯାଇ ନପାରେ ବୋଲି ଅବସ୍ଥି ଅଭିଯୋଗ କରିବା ସହ ବୈଧାନିକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ମାମଲାରେ ଅବସ୍ଥି ନ୍ୟୁଜ୍ ଚାନେଲ ମାଲିକ ଅଋଣପୁରୀ, ଆଙ୍କର ରୋହିତ ସରଦାନା, ବିଜେପି ମୁଖପାତ୍ର ସମ୍ବିତପାତ୍ର ଓ ଅନ୍ୟମାନଙ୍କ ବିରୋଧରେ ହତ୍ୟା, ସାର୍ବଜନିକ ସ୍ଥଳରେ ଅପମାନିତ କରିବା, ନକଲୀ ହିନ୍ଦୁ କହି ଧାର୍ମିକ ଭାବନାକୁ ଆଘାତ ଦେବା ଓ ଏଥିଲାଗି ବ୍ୟକ୍ତିଗତ ଆକ୍ରମଣ କରିବା ନେଇ ଅଭିଯୋଗ କରିଛନ୍ତି। ପୋଲିସ  ଅବସ୍ଥିଙ୍କଠାରୁ ଏତଲା ଗ୍ରହଣ କରିବା ସହ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।   

   Related Posts