Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ପ୍ରଭାକର ପରେ ଶେଖର: ଏନସିବିର ଆଉ ଜଣେ ସାକ୍ଷୀ ଆଣିଲେ ସଙ୍ଗୀନ ଅଭିଯୋଗ, କହିଲେ- ସାଧା କାଗଜରେ ଦସ୍ତଖତ ନେଇଥିଲେ ଓ୍ବାଙ୍ଖଡେ

27/10/2021 at 6:39 PM

ମୁମ୍ବାଇ ୨୭/୧୦: ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ଏନସିବି ଜୋନାଲ ଡାଇରେକ୍ଟର ସମୀର ଓ୍ବାଙ୍ଖଡେଙ୍କ ବିରୋଧରେ ଲମ୍ବିଛି ଅଭିଯୋଗର ଫର୍ଦ୍ଦ । ସମୀରଙ୍କୁ ଫସାଇବାକୁ ଜୋରଦାର ଉଦ୍ୟମ ଚାଲିଛି। ଡ୍ରଗ୍ସକୁ ନେଇ ଅନ୍ୟ ଏକ ମାମଲାରେ ଏନସିବିର ସାକ୍ଷୀ ଶେଖର କାମ୍ବଲେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ ବୁଧବାର କହିଛନ୍ତି, ସମୀର ତାଙ୍କଠୁ ମଧ୍ୟ  ବ୍ଲାଙ୍କ ପେପରରେ ଦସ୍ତଖତ ନେଇଥିଲେ । ପରେ ସେହି ପେପରକୁ ମୁମ୍ବାଇର ଖାରଘରରୁ ଜଣେ ନାଇଜେରୀୟ ନାଗରିକଙ୍କୁ ଗିରଫ ପାଇଁ ବ୍ୟବହାର କରିଥିଲେ।

ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର ମୁତାବିକ, ଶେଖର କାମ୍ବଲେ ଦାବି କରିଛନ୍ତି ଯେ ଓ୍ବାଙ୍ଖଡେ ତାଙ୍କଠୁ ୧୦-୧୨ଟି ସାଧା କାଗଜରେ ଦସ୍ତଖତ କରାଇଥିଲେ। ପରେ ଏହାକୁ ପଞ୍ଚନାମା ପାଇଁ ବ୍ୟବହାର କରିଥିଲେ। ଏହା ସହ କାମ୍ବଲେ କଲ୍‌ ରେକର୍ଡ ଦେଖାଇବା ସହ କହିଛନ୍ତି ତାଙ୍କ ସୁରକ୍ଷାର ଆଶ୍ବସନା ଦେଇଛନ୍ତି ଓ୍ବାଙ୍ଖଡେ। କାମ୍ବଲେ ଆହୁରି ମଧ୍ୟ କହିଛନ୍ତି, ଗତକାଲି ବିଳମ୍ବିତ ରାତିରେ ଅନୀଲ ମାନେ ନାମକ ଜଣେ ଏନସିବି ଅଧିକାରୀ ତାଙ୍କୁ ଫୋନ୍‌ କରି କାହା ସହ କଥା ନହେବାକୁ କହିଥିଲେ। ଏହା ସହ ​‌କାଲି ଟିଭିରେ ଖାରଘର ନାଇଜେରୀୟ ନାଗରିକ ମାମଲା ସମ୍ବନ୍ଧରେ ଦେଖି ଭୟ ପାଇଥିବା ​‌ସେ କହିଛନ୍ତି ।

ଶେଖର କାମ୍ବଲେ ଏନସିବିର ଦ୍ବିତୀୟ ସାକ୍ଷୀ ଯିଏକି ସାମ୍ନାକୁ ଆସିଛନ୍ତି। ଏହା ପୂର୍ବରୁ ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଏନସିବିର ଜଣେ ସାକ୍ଷୀ ପ୍ରଭାକର ସୈଲ ଅଭିଯୋଗ ଆଣିଥିଲେ ଯେ ସାଧା କାଗାଜରେ ଦସ୍ତଖତ କରିବାକୁ ତାଙ୍କୁ ଏନସିବି ପକ୍ଷରୁ କୁହାଯାଇଥିଲା। ଏହା ବ୍ୟତୀତ ସେ ଏନସିବି ଏବଂ ସମୀର ଓ୍ବାଙ୍ଖଡେଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ। ଏପରିକି ଆର୍ଯ୍ୟନ ଖାନଙ୍କୁ ଛାଡ଼ିବା ପାଇଁ  ହେଉଥିବା ଡିଲ୍‌ ସମ୍ପର୍କରେ ଶୁଣିଥିବା କହିଥିଲେ ପ୍ରଭାକର।

   Related Posts