ପୁଣି ଚିନ୍ତା ବଢ଼ାଇଲା ଚୀନ, ଭାରତ ପାଇଁ ବିପଦ ସୃଷ୍ଟି କରିପାରେ ଆଉ ଏକ ଭାଇରସ

Published By : Prameya-News7 Bureau | September 29, 2020 IST

ନୂଆଦିଲ୍ଲୀ ୨୬/୦୯: ପୁଣି ଚୀନ ପାଇଁ ବଢ଼ିଲା ଚିନ୍ତା । ଚୀନରୁ ବ୍ୟାପିଥିବା କରୋନା ଭାଇରସ ପାଇଁ ସମଗ୍ର ଦେଶ ଚିନ୍ତାରେ ଥିବା ବେଳେ ଏବେ ପୁଣି ଚିନ୍ତା ବଢ଼ାଇଲା ଭଳି ଖବର ଚୀନରୁ ଆସିଛି। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମଆର) ସଚେତନ କରିଛି ଯେ ଚୀନର କେଟ୍ କ୍ୟୁ (CQO) ଭାଇରସ ଭାରତରେ ଜ୍ବର ସହ ସମ୍ବନ୍ଧିତ ଅନ୍ୟ ରୋଗ ବ୍ୟାପିବାରେ ସାହାଯ୍ୟ କରିପାରେ।

ତେବେ କରୋନା ଯୋଗୁ ଏବେ ସୁଦ୍ଧା ପ୍ରାୟ ୮ ଲକ୍ଷ ଲୋକ ପ୍ରାଣ ହରାଇସାରିଲେଣି। ଭାରତରେ ମଧ୍ୟ କରୋନା ଯୋଗୁ ପ୍ରାୟ ୯୬ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ଆଇସିଏମଆର ତାର ଏକ ସଦ୍ୟ ଗବେଷଣାରେ ଦାବି କରିଛି ଯେ ମଶା ଭଳି ରକ୍ତ ଶୋଷୁଥିବା ଜୀବର ଭାଇରସରେ ବଡ଼ ଲୋକଙ୍କଠାରେ ମେନେଜାଇଟିସ ଓ ପିଲାଙ୍କଠାରେ ମସ୍ତିଷ୍କ ଜ୍ବର ଭଳି ରୋଗର କାରଣ ହୋଇପାରେ। ଆଇସିଏମଆର ଅନୁସାରେ ଭାରତରେ ଦେଖାଯାଉଥିବା ଏ ମଶା ସିକ୍ୟୁବି ଭାଇରସକୁ ପ୍ରସାରିତ କରିବାରେ ପୂରାପୂରି ସକ୍ଷମ। ତେବେ ଘୁଷୁରି ଏହି ଭାଇରସର ପ୍ରଥମ ବାହାକ ହୋଇଥାଏ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲଜି ପୁଣେର ବିଶେଷଜ୍ଞ ୮୮୩ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କଠାରେ ଏହି ଭାଇରସ ଚିହ୍ନଟ କରିଥିଲେ। ପଜିଟିଭ ମିଳିଥିବା ନମୁନା ଥିଲା କଣ୍ର୍ଣଟକ ରାଜ୍ୟର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.