କରୋନା ଆତଙ୍କ ମଧ୍ୟରେ ନାଗାଲାଣ୍ଡ୍‌ରେ ବ୍ୟାପିଲା ଆଉ ଏକ ଭୟଙ୍କର ରୋଗ, ନେଲାଣି ୫ ମୁଣ୍ଡ

Published By : Prameya-News7 Bureau | September 19, 2020 IST

କୋହିମା, ୧୯ ।୦୯:  ଦେଶରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଏହି ମହାମାରୀ ମଧ୍ୟରେ ନାଗାଲାଣ୍ଡରେ ଆଉ ଏକ ଆତଙ୍କ ଆରମ୍ଭ ହୋଇଗଲାଣି । ରାଜ୍ୟର ନୋକଲାକ୍ ଜିଲ୍ଲା ପ୍ରଶାସନ ସ୍କ୍ରବ୍ ଟାଇଫସ୍ ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ନୋକଲାକର ଉପ ଜିଲ୍ଲାପାଳ କହିଛନ୍ତି ଯେ, ଜିଲ୍ଲାରେ ଚଳିତ ବର୍ଷ ଜାନୁଆରୀରୁ ଏବେସୁଦ୍ଧା ସ୍କ୍ରବ୍ ଟାଇଫସର ୬୧୮ଟି ମାମଲା ସାମ୍ନାକୁ ଆସିଛି । ଏହି ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇ ୬୧୮ଜଣ ପ୍ରାଣ ହରାଇଲେଣି ।

ସ୍କ୍ରବ୍ ଟାଇଫସ୍ ଓରିୟୋଣ୍ଟିୟା ସୁଟସୁଗମୁସୀ ନାମକ ଜୀବାଣୁ ଦ୍ୱାରା ବ୍ୟାପିଥାଏ । ଏହା ଏକ ସଂକ୍ରମିତ ରୋଗ । ଏହିରୋଗ ଦ୍ୱାରା ଜ୍ୱର, ମୁଣ୍ଡବ୍ୟଥା, ଶରୀରରେ ପୀଡା ଓ ଶରୀରରେ ଘା ହୋଇଯାଏ । ଏପରି କିଛି ଲକ୍ଷଣ ଦେଖାଗଲେ ତୁରନ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଜଣାଇବାକୁ ନୋକଲାକ ପ୍ରଶାସନ ପକ୍ଷରୁ କୁହାଯାଇଛି ।

କରୋନା ଓ ଡେଙ୍ଗୁ ମଧ୍ୟରେ ପାହାଡିଆ ଅଞ୍ଚଳରେ ସ୍କ୍ରବ୍ ଟାଇଫସ୍‌ର ଆତଙ୍କ ବଢିବାରେ ଲାଗିଛି । ଏହାଏକ ଜୀବାଣୁଜନିତ ସଂକ୍ରମିତ ରୋଗ । ଏହି ରୋଗୀଙ୍କ ଲକ୍ଷଣ ଚିକୁନଗୁନିଆ ସହ ପ୍ରାୟତଃ ସମାନ ରହିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.