ଘୁଷୁରୀଙ୍କଠାରୁ ଚୀନରେ ବ୍ୟାପିବ ଆଉ ଏକ ମହାମାରୀ, ସତର୍କ କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ, ମୁକାବିଲାକୁ ଢିଲା ନକରିବାକୁ ଦେଲା ପରାମର୍ଶ

Published By : Prameya-News7 Bureau | June 30, 2020 IST

ବେଜିଂ, ୩୦|୦୬: ଚୀନରେ ଆଉ ଏକ ନୂଆ ଭାଇରସ୍ ମୁଣ୍ଡ ଟେକିଛି । ଏହି ଭାଇରସକୁ ପ୍ରାଣଘାତୀ ବୋଲି କୁହାଯାଉଛି । ଏବେ ସାରା ବିଶ୍ବ କରୋନା ମହାମାରୀରୁ ରକ୍ଷା ପାଇପାରିନଥିବା ବେଳେ ଚୀନ୍‌ର ବୈଜ୍ଞାନିକମାନେ ଏକ ନୂଆ ପ୍ରକାରର ସ୍ବାଇନ୍ ଫ୍ଲୁ ଚିହ୍ନଟ କରିଛନ୍ତି । ଯାହା ମହାମାରୀର ରୂପ ନେବାକୁ ସକ୍ଷମ ଅଟେ ବୋଲି ଜଣାପଡିଛି । ଆମେରିକାର ବିଜ୍ଞାନ ପତ୍ରିକା PNASରେ ସୋମବାର ପ୍ରକାଶିତ ଏକ ଷ୍ଟଡିରେ ଏହା କୁହାଯାଇଛି । ଏହାର ନାମ G-4 । ଏହା ଜେନେଟିକ୍ ଭାବରେ H1N1 ର ଏକ ପ୍ରକାର ଯାହା ୨୦୦୯ରେ ମହାମାରୀର କାରଣ ହୋଇଥିଲା ​​।

ଏହି ଭାଇରସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲ୍ୟୁଏଚଓ କହିଛି ଯେ, ଏହି ଭାଇରସ ଘୁଷୁରୀ ଶରୀରରୁ ସଂକ୍ରମିତ ହେଉଛି । ଏହି ଷ୍ଟଡି ଉପରେ ଅନୁଧ୍ୟାନ କରାଯାଉଛି । ଏହି ଭାଇରସକୁ ନେଇ ସମସ୍ତେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ବର୍ତ୍ତମାନର ପରିସ୍ଥିତି ଓ ଆସୁଥିବା ସମ୍ଭାବ୍ୟ ବିପଦକୁ ନଜରରେ ରଖାଯାଇଛି ।

ତେବେ ରିପୋର୍ଟରେ କୁହାଯାଇଥିଲା ଯେ, ଏହି ନୂଆ ଭାଇରସ ପ୍ରତିଦିନ ଦ୍ରୁତ ଗତିରେ ବ୍ୟାପୁଛି । ଏହାକୁ ଅତି ଗଭୀରତାର ସହ ଅନୁଧ୍ୟାନ କରିବା ଉଚିତ । ଏହାସହ କେତେ ସଂଖ୍ୟକ ପଶୁ ସଂକ୍ରମିତ ହୋଇଛନ୍ତି ତାହା ଉପରେ ନଜର ରଖିବା ଦରକାର ଯେପରି ସଂକ୍ରମଣକୁ ରୋକାଯାଇ ପାରିବ ।  ଏହାକୁ ହାଲୁକା ଭାବେ ନିଆଯାଇ ପାରିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.