ସାମ୍ନାକୁ ଆସିଲା ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ଙ୍କ ଫଟୋ, ବରିଷ୍ଠ ନେତାଙ୍କ ସହ ବୈଠକ, କୋମାରେ ଥିବା ନେଇ ଚାଲିଥିଲା ଚର୍ଚ୍ଚା

Published By : Prameya-News7 Bureau | August 26, 2020 IST

ନୂଆଦିଲ୍ଲୀ ୨୬।୦୮:  ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ ଉନ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ପ୍ରତି ଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ଜାତୀୟ ଗଣମାଧ୍ୟମର ଖବର ହିସାବରେ ଉତ୍ତରକୋରିଆ ଶାସକ ଏବେ କୋମାରେ ଅଛନ୍ତି ବୋଲି ଦାବି କରାଯାଇଛି । କିନ୍ତୁ ଏହା କେତେଦୂର ସତ ତାହା ବର୍ତ୍ତମାନ ପର୍ଯ୍ୟନ୍ତ , କେହି ପ୍ରମାଣିତ କରିପାରିନାହାନ୍ତି ।  କିନ୍ତୁ ଏସବୁ ଭିତରେ ନିଜ ଶାସକଙ୍କ କିଛି ଫଟୋ  ଉତ୍ତରକୋରିଆ ପକ୍ଷରୁ ଜାରି କରାଯାଇଛି ।

ତେବେ ଉତ୍ତର କୋରିଆ ପକ୍ଷରୁ ଜାରି କରାଯାଇଥିବା ଫଟୋରେ କିମ୍‌ ଏକ ବୈଠକରେ ଯୋଗଦେଇଥିବାର ଦେଖିବାକୁ ମିଳିଛି ।  ଦେଶରେ କରୋନା ମହାମାରୀ ନେଇ ସ୍ଥିତି ଓ ଆଗାମୀ ଚକ୍ରବତୀ ବାତ୍ୟା (ଟ୍ରାଇଫୁନ) ନେଇ ସ୍ଥିତିର ସମୀକ୍ଷା କରାଯାଉଥିବାର ଦେଖିବାକୁ ମିଳିଛି । ମଙ୍ଗଳବାର ଦିନ ଏହି ବୈଠକ କରାଯାଇଥିଲା ବୋଲି କେହି କେହି ଦାବି କରୁଛନ୍ତି ।  ଦେଶରେ କରୋନା ମହାମାରୀ ବିରୋଧରେ ଲଢେଇ ଓ ବାତ୍ୟା ସ୍ଥିତିକୁ ମୁକାବିଲା ନେଇ ବୈଠକରେ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ଦାବି କରାଯାଇଛି ।  

ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ, ଉତ୍ତରକୋରିଆ ଶାସକଙ୍କ ସ୍ୱାସ୍ଥ୍ୟନେଇ କଳ୍ପନାଜଳ୍ପନା ବା ଚର୍ଚ୍ଚା ହେଉଛି । ଏହାପୂର୍ବରୁ ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତିଙ୍କ ନିକଟର ଲୋକ ଦାବି କରିଥିଲେ ଯେ, ଉତ୍ତରକୋରିଆର ଶାସକ ଏବେ କୋମାରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି । ଯାହାଫଳରେ କି କିମ୍‌ଙ୍କ ଅସୁସ୍ଥ ହୋଇଛନ୍ତି । ତେବେ ଦେଶର ସ୍ଥିତିକୁ ଦେଖି ତାଙ୍କ ଭଉଣୀଙ୍କୁ ଦାୟିତ୍ୱ ଦିଆଯାଇଛି ।    

ସେହିପରି  ପୂର୍ବରୁ ମଧ୍ୟ କିମ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଅନେକ ଖବର ଆସିଛି । କିନ୍ତୁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରମାଣିତ ହୋଇପାରିନାହିଁ । ଯେପରି ୨୦୧୪ ସେପ୍ଟମ୍ବେରରେ ଶାସକ କିମ୍‌ ହଠାତ୍‌ ୪୦ଦିନ କେଉଁଆଡେ ପାଇଁ ଗାଏବ ହୋଇଯାଇଥିଲେ । କିମ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଅଛି ବୋଲି କିଛି ବିଦେଶୀ ମିଡିଆ ଦାବି  କରିଥିଲେ ।  ସେହିପରି ଗତମାସ ତଳେ ନିଜ ଜେଜେଙ୍କ ଶ୍ରାଦ୍ଧ ଦିବସ ପରେ ପୁଣି ଥରେ ଗାଏବ ହୋଇଯାଇଥିଲେ । କେହି କେହି ଦାବି କରିଥିଲେ ଯେ, କିମ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ଅଛି । କିନ୍ତୁ ହଠାତ ତାପରେ ଏକ କାରଖାନା ଉଦ୍‌ଘାଟନ କରୁଥିବାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.