Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ସାଇକୋ ଲେଡି ଦେଇଥିଲେ ଧମକ : ‘ଠିକ୍ ଜାଗାରେ ଠିକ୍ ଲୋକ ମାରିବେ, ତୁ କରୋନା ଭିତରେ ମରିବୁ’… କାନ୍ଦି କାନ୍ଦି କହିଲେ ଆଦିତ୍ୟଙ୍କ ମା

3/09/2020 at 2:35 PM

ଭୁବନେଶ୍ୱର ୦୩।୦୯: ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ୨ମାସରୁ ଅଧିକ ଦିନ ବିତିସାରିଲାଣି । ଦିନ ଗଡିବା ସହ ଆଦିତ୍ୟଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କିଛି ଦିନ ତଳେ ଆଦିତ୍ୟଙ୍କ ମୃତ୍ୟୁ ପଛରେ ଜଣେ ସାଇକୋ ଲେଡିଙ୍କର ହାତ ଥିବା ଖବର ଆସିଥିଲା । ଆଦିତ୍ୟ ବାପା ମଧ୍ୟ ନିଜ ଆସି ଗଣମାଧ୍ୟମରେ କହିଥିଲେ, ଯେ ଆଦିତ୍ୟଙ୍କୁ ଜଣେ ଯୁବତୀ ଏକତରଫା ଭଲ ପାଉଥିଲେ । ସେହିପରି ଆଦିତ୍ୟ ବାପାଙ୍କ ଅଭିଯୋଗର  କିଛି ଦିନ ପରେ ମାଆଙ୍କ ବୟାନ ସାମ୍ନାକୁ ଆସିଛି ।

ସାଇକୋ ଲେଡିକୁ ନେଇ ଆଦିତ୍ୟଙ୍କ ମାଆଙ୍କ ନୂଆ ଖୁଲାସା କରିଛନ୍ତି । ଆଦିତ୍ୟଙ୍କ ମୃତ୍ୟୁ ପଛରେ ସେହି ଲେଡିର ହାତ ଥିବା ସନ୍ଦେହ କରିଛନ୍ତି ଆଦିତ୍ୟଙ୍କ ମାଆ । ଆଦିତ୍ୟଙ୍କୁ ସେ ଝିଅ ଏକତରଫା ପ୍ରେମ କରୁଥିଲେ । ବାହା ନହେଲେ ହାତ କାଟି ଦେବା ପାଇଁ ଆଦିତ୍ୟଙ୍କୁ  ଧମକ ମଧ୍ୟ ଦେଉଥିଲେ । ଏପରିକି ଆଦିତ୍ୟ ଓ ବିଦ୍ୟାଶ୍ରୀଙ୍କ ନିର୍ବନ୍ଧ ପରେ ସେ ମଧ୍ୟ ଧମକ ଦେଉଥିଲେ । ଠିକ୍‌ ଜାଗାରେ ଠିକ୍ ଲୋକ ପହଞ୍ଚିବେ ବୋଲି ଧମକ ଦେଇଥିଲେ ସାଇକୋ ଲେଡି । ତୁ କରୋନାରେ ମରିବୁ ବୋଲି ଖୋଲାଖୋଲି ଧମକ ମଧ୍ୟ ଦେଇଥିଲେ । ପୂର୍ବରୁ ସାଇକୋ ଲେଡିର ହାତ ଥିବା ସନ୍ଦେହ କରିଥିଲେ ଆଦିତ୍ୟଙ୍କ ବାପା । ସାଇକୋ ଲେଡିଙ୍କ ସମ୍ପର୍କରେ ସମସ୍ତ ତଥ୍ୟ କ୍ରାଇମ୍‌ବ୍ରାଞ୍ଚକୁ ଦିଆଯାଇଛି ବୋଲି ଆଦିତ୍ୟଙ୍କ ବାପା ମଧ୍ୟ କହିସାରିଛି । ଦିନକୁ ଦିନ ଘଟଣାରେ ନୂଆ ନୂଆ ଟ୍ୱିଷ୍ଟ ଆସିବାରେ ଲାଗିଛି ।

ଦୀର୍ଘଦିନ ହେଲା ଆଦିତ୍ୟଙ୍କ ମୃତ୍ୟୁ ମାମଲା ଉପରୁ ପରଦା ଉଠି ପାରୁନି। ପ୍ରଥମ ଜିଆରପି ତଦନ୍ତ ଭାରର ଦାୟିତ୍ବ ନେଇଥିଲେ। ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେଇଛି। ପ୍ରକୃତହତ୍ୟା କାରୀ କିଏ, ସେ ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଛି। ଆଦିତ୍ୟଙ୍କ ପତ୍ନୀଙ୍କ ସମେତ ଯେଉଁମାନେ ତାଙ୍କ ଲିଙ୍କ୍‌ରେ ଥିଲେ, ସମସ୍ତଙ୍କ ଲାଏ ଡିଟେକ୍ସନ କରାଯାଇଥିଲା। ଏପଟେ ସିବିଆଇ ତଦନ୍ତ ଦାବିରେ ଆଦିତ୍ୟଙ୍କ ବାପା-ମାଆ ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି।

   Related Posts