Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଲକଡାଉନ୍‌ରେ ଆଉ ଏକ କରୁଣ ଦୃଶ୍ୟ: ସାଙ୍ଗରେ ୧୫ ଦିନର ଶିଶୁକୁ ଧରି ପାଦରେ ଚାଲି ଚାଲି ଯାତ୍ରା ଆରମ୍ଭ କରିଛନ୍ତି ଜଣେ ମାଆ

27/05/2020 at 4:39 PM

ବାଲାଙ୍ଗୀର୨୭/୫: ଗୋଟିଏ ପରେ ଗୋଟିଏ କରୁଣ ଦୃଶ୍ୟ ସାମ୍ନାକୁ ଆସୁଛି। ରାଜ ରାସ୍ତାରେ ଚାଲି ଚାଲି ଆସୁଛନ୍ତି ଦାଦନ ଶ୍ରମିକ। କରୋନା ଯୋଗୁଁ ଦେଶରେ ଲକଡାଉନ ହେବା ପରେ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ କରୁଣ ଦୃଶ୍ୟ ସୋସିଆଲ ମିଡିଆରେ ଘୂରି ବୁଲୁଛି। ସେହିପରି ଏକ ଦୃଶ୍ୟ ବଲାଙ୍ଗୀର ଜିଲ୍ଲାରେ ଦେଖିବାକୁ ମିଳିଛି। ଆନ୍ଧ୍ରଦେଶରୁ ବଲାଙ୍ଗୀର ଅଭିମୁଖେ ଜଣେ ମାଆ ୧୫ ଦିନର ଶିଶୁକୁ ନେଇ ଯାତ୍ରା ଆରମ୍ଭ କରିଛନ୍ତି।

ଗୋଟିଏ ଟ୍ରକ ସହାଯ୍ୟରେ ବଲାଙ୍ଗୀର ଦେଓଗାଁ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ୧୨ କିଲୋମିଟର ଚାଲିଚାଲି ଆସିଥିଲେ ଶତାଧିକ ଜଣ ଶ୍ରମିକ। ଏମାନଙ୍କ ସାଙ୍ଗରେ ଛୋଟ ଛୋଟ ପିଲାଥିବାରୁ ଆଗକୁ ବଢ଼ିବାକୁ ସାହାସ କରି ନଥିଲେ। ଶେଷରେ ଜଙ୍ଗଲ ଭିତରେ ରାସ୍ତା କଡରେ କାଟି ଥିଲେ କିଛି ସମୟ। ଏ ନେଇ ଆମ ନଜର ପଡିଥିଲା ସେମାନଙ୍କ ଉପରେ ।

କରୋନା କାଳ ସମସ୍ତଙ୍କୁ ଗ୍ରାସ କିରିଛି। ଛୋଟଠାରୁ ବଡ଼ ସମସ୍ତଙ୍କ ଉପରେ ଭାରି ପଡିଛି କରୋନାର ଲକଡାଉନ୍‌। କିଏ ରାସ୍ତାରେ ନିଜ ପିଲାକୁ ଟାଣି ଟାଣି ଆଣୁଛି ତ କିଏ ନ ଚାଲି ପାରି ରାସ୍ତା କଡ଼ରେ ଆଶ୍ରୟ ନେଉଛି। ଦେଶରେ ଲକ୍‌ଡାଉନ୍‌ ପରଠାରୁ ଏଭଳି କରୁଣ ଚିତ୍ର ବାରମ୍ବାର ସାମ୍ନାକୁ ଆସୁଛି।  

   Related Posts