Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ରାଇରଙ୍ଗପୁର : ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟାକାଣ୍ଡ : ୩ ସୁପାରୀ କିଲର ଗିରଫ
  • ||

କରୋନାରେ ଆଉ ଜଣେ ଟିଏମସି ବିଧାୟକଙ୍କ ପରଲୋକ, ନିଜର ପ୍ରତିମୂର୍ତ୍ତୀ ସ୍ଥାପନ କରି ଚର୍ଚ୍ଚାରେ ଥିଲେ

20/06/2021 at 5:04 PM

କୋଲକାତା ୨୦/୬: ପଶ୍ଚିମବଙ୍ଗର ଗୋସାବା ସିଟ୍‌ର ବିଧାୟକ ଜୟନ୍ତ ନସ୍କରଙ୍କ କରୋନାରେ ପରଲୋକ। ଟିଏମସି ବିଧାୟକ ଜୟନ୍ତ ନସ୍କରଙ୍କୁ ମୃତ୍ୟୁ ବେଳକୁ ୭୩ ବର୍ଷ ହୋଇଥିଲା। ଶନିବାର ରାତି ୮.୨୦ରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ବେଙ୍ଗଲରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ପରେ ଜୟନ୍ତ କରୋନାରେ ସଂକ୍ରମିତ ହୋଇଥିଲେ।

ତାଙ୍କର ଅନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ଥିଲା। ଜୟନ୍ତ ନସ୍କରଙ୍କୁ ପ୍ରଥମେ କୋଲକାତାର ଏକ ହସ୍ପିଟାଲରେ ୧୧ ଦିନ ଚିକିତ୍ସା କରାଯାଇଥିଲା। ପରେ ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସଧୀନ ଅବସ୍ଥାରେ ଶନିବାର ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଜୟନ୍ତ ନସ୍କର ୨୦୧୧, ୨୦୧୬ ଏବଂ ୨୦୨୧ରେ ଟିଏମସି ଟିକଟରୁ ବିଧାୟକ ହୋଇଥିଲେ। ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ପାଖାପାଖି ୩୦ ହଜାର ଭୋଟରେ ହରାଇ ବିଜୟୀ ହୋଇଥିଲେ ଜୟନ୍ତ।

ସେ ଏମିତି ଜଣେ ବିଧାୟକ ଥିଲେ ଯିଏ କି ଜୀବିତ ଥିବା ବେଳେ ନିଜର ପ୍ରତିମୂର୍ତ୍ତୀ ସ୍ଥାପନ କରିଥିଲେ। ସେଥିପାଇଁ ତାଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ିଥିଲା। ଏହା ପୂର୍ବରୁ ଖଡ଼ଦହ ବିଧାନସଭା ସିଟର ଟିଏମସି ବିଧାୟକ କାଜଲ ସିହ୍ନାଙ୍କ କରୋନାରେ ପରଲୋକ ହୋଇଥିଲା।

କାଜଲ ସିହ୍ନାଙ୍କ ନିଧନ ପ​‌ରେ ସେହି ସିଟ୍‌ରୁ ରାଜ୍ୟର କୃଷି ମନ୍ତ୍ରୀ ତଥା ଟିଏମସିର ବରିଷ୍ଠ ନେତା ଶୋଭନଦେବ ଚଟୋପାଧ୍ୟାୟ ଉପନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଶୋଭନଦେବ ନିଜ ସିଟ୍‌ରୁ ଇସ୍ତଫା ଦେଇଛନ୍ତି ।  

   Related Posts