ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୩ କରୋନା ସଂକ୍ରମିତ, ୧୦୬ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା
13/06/2020 at 12:40 PM

ଭୁବନେଶ୍ବର ୧୩।୬: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ଆଉ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି । ଏ ନେଇ ଭୁବନେଶ୍ବର ମହାନଗରନିଗମ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ୩ ସଂକ୍ରମିତଙ୍କୁ ମିଶାଇ ଭୁବନେଶ୍ବରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬ରେ ପହଞ୍ଚିଛି । ଏଥିମଧ୍ୟରୁ ୬୦ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୪୨ଟି ଆକ୍ଟିଭ୍ କେସ୍ ରହିଛି ।
ବିଏମସି ପକ୍ଷରୁ କରାଯାଇଥିବା ଟ୍ବିଟ୍ ରେ ଦର୍ଶାଯାଇଛି ଯେ, ତିନି ସଂକ୍ରମିତଙ୍କ ମଧ୍ୟରୁ ଦୁଇ ଜଣ ସଂକ୍ରମିତ ହୋମ୍ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ଜଣେ ସ୍ଥାନୀୟ ବାସିନ୍ଦା ସଂକ୍ରମିତ ହୋଇଛନ୍ତି । ହୋମ୍ କ୍ବାରେଣ୍ଟାଇନ୍ରେ ଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣେ ଭୀମପୁର ଅଞ୍ଚଳର ୨୭ ବର୍ଷ ବୟସ୍କ ଯୁବକ ଏବଂ ଅନ୍ୟ ଜଣେ କଳିଙ୍ଗ ଷ୍ଟୁଡିଓ ସ୍ଥିତ ଭରତପୁର ଅଞ୍ଚଳର ୩୬ ବର୍ଷ ବୟସ୍କ ଯୁବକ ରହିଛନ୍ତି । ଉଭୟଙ୍କ ଟ୍ରାଭେଲ ହିଷ୍ଟ୍ରି ଦିଲ୍ଲୀ ରହିଛି । ସେହିପରି ଅନ୍ୟଜଣେ ଡୁମଡୁମା ଏଚବି କଲୋନୀର ୪୮ ବର୍ଷ ବୟସ୍କ ବ୍ୟକ୍ତି । ସେ ନିକଟରେ ଗଞ୍ଜାମ ଜିଲ୍ଲାରୁ ଫେରିଥିଲେ ।
ସେହିପରି ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସୁସ୍ଥ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜାଗମରା ଅଞ୍ଚଳର ୩୫ ବର୍ଷ ବୟସ୍ତ ଯୁବକ ।
Update on newly detected & cured #COVID19 cases in the last 24 hrs under the BMC area on 13th Jun 2020(till 9am).
— BMC (@bmcbbsr) June 13, 2020
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/AAqTehcnII
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୭୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୨୩୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୪୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୦ ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।