ରାନୁଙ୍କ ଭଳି ଆଉଜଣେ ପ୍ରତିଭାବାନ କଂଠଶିଳ୍ପୀ ହେଲେ ପଦ୍ମନ ଗୌଡ: ଚମତ୍କାର ଗାଉଛନ୍ତି କିଶୋରକୁମାରଙ୍କ ଗୀତ, କେବଳ ସୁଯୋଗ ଅପେକ୍ଷାରେ

Published By : Prameya-News7 Bureau | September 03, 2019 IST

ଜୟପୁର(ପଦ୍ମନାଭ ହୋତା)୩|୮: ରେଳ ଷ୍ଟେସନରେ ଗୀତ ଗାଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ରାନୁ ମଣ୍ଡଳଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଆଉ ରାନୁଙ୍କ ପରେ ଏବେ ଅନେକ ଲୁକ୍କାୟିତ ପ୍ରତିଭା ଧୀରେ ଧୀରେ ସୋସିଆଲ ମିଡିଆ ମାଧ୍ୟମରେ ସାମ୍ନାକୁ ଆସୁଛନ୍ତି । ଜୟପୁରର ଜଣେ ଅଟୋ ଚାଳକ ପଦ୍ମନ ଗୌଡଙ୍କ ଗୀତ ସୋସିଆଲ ମିଡିଆରେ ଜୋର ସୋରରେ ଭାରରାଲ୍ ହେଉଛି ।  କିଶୋର କୁମାରଙ୍କ ଅନେକ ଗୀତକୁ  ପଦ୍ମନ ଗାଇଛନ୍ତି  । ସତରେ ପଦ୍ମନଙ୍କ କଣ୍ଠରେ ଯାଦୁ ଅଛି । ମୋବାଇଲ୍ ସ୍କ୍ରଲ କଲାବେଳେ ଯଦି ତାଙ୍କ ଗୀତଟି କାନରେ ପଡ଼ିଯାଏ ତାହାଲେ ଶେଷ ଯାଏଁ ନଶୁଣିଲେ ମନ ବୁଝେନି । 

{"id":152679}

ଚଲତେ ଚଲତେ....,ଜାନେ ମନ ଜାନେ ମନ...,ହମ ତୁମ କହିଁ ଖୋ ଜାୟେଙ୍ଗେ...। କଣ୍ଠର ଯାଦୁରେ ମୁଗ୍ଧ ହେଇଯିବେ ଆପଣ । ସ୍ବର୍ଗତ କିଶୋର କୁମାରଙ୍କ ଗୀତକୁ ବିନା ମ୍ୟୁଜିକ ଏବଂ ମାଇକ୍ ସହାୟତାରେ  ନିଖୁଣ ଭାବରେ ଗାଇପାରନ୍ତି । କିଶୋରଙ୍କ ବହୁ ହିଟ୍ ଗୀତ ପଦ୍ନନଙ୍କ କଣ୍ଠରେ  ଭାଇରାଲ୍ ହେବାରେ ଲାଗିଛି ସୋସିଆଲ ମିଡିଆରେ । ଏମିତି ସୁରିଲା ସ୍ବର ପାଇଥିବା ଏ ଗାୟକ ଜଣକ ପେସାରେ ଜଣେ ଅଟୋ ଚାଳକ ।

 ବିଶେଷ ପାଠ ପଢିନଥିବା ପଦ୍ମନ ସଂଗୀତ ସାଧନା ପାଇଁ ବି କାହାଠାରୁ ତାଲିମ ନେଇ ନାହାନ୍ତି ।ପିଲାଟି ବେଳରୁ କେବଳ ରେଡିଓ ଏବଂ ଟିଭି ଦେଖି ସେ ଗୀତ ସବୁ ଶିଖିଛନ୍ତି ଯାହା । ଏତେ ସୁନ୍ଦର ଗୀତ ଗାଉଥିଲେ  ବି ସ୍ଥାନୀୟ  ଅଂଚଳରେ ସୁଯୋଗର ଅଭାବରୁ ପଦ୍ମନ ଆଗକୁ ବଢି ପାରି ନାହାନ୍ତି।ତେବେ ମଝିରେ ମଝିରେ  ସୁଯୋଗ ମିଳିଲେ ସେ ଅର୍କେଷ୍ଟ୍ରାରେ କିଶୋର କୁମାରଙ୍କ କିଛି ଗୀତ ଗାଆନ୍ତି । ଆଖପାଖ ଅଂଚଳରେ ଜୟପୁରର କିଶୋର କୁମାର ଭାବେ ପଦ୍ମନ ପରିଚିତ।

{"id":152680}

ଗୋଟିଏ ଝିଅ ଓ ସ୍ତ୍ରୀଙ୍କୁ ନେଇ ପଦ୍ମନଙ୍କ ପରିବାର । ଅଟୋ ଚଳାଇଲେ ପଦ୍ମନ ଯାହା ରୋଜଗାର କରନ୍ତି ସେତିକିରେ ୩ ପ୍ରାଣୀ ଚଳି ଯାଆନ୍ତି । ସ୍ବାମୀଙ୍କ ଗୀତ ଗାଇବାକୁ ନେଇ ପଦ୍ମନଙ୍କ ସ୍ତ୍ରୀ  ପ୍ରଥମେ ବିବାହ କରିବାକୁ ରାଜି ହେଉନଥିଲେ । ଏବେ କିନ୍ତୁ ସ୍ବାମୀଙ୍କ ଗୀତ ଗାଇବାକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ।

{"id":152681}

ସରକାରୀ କିମ୍ବା ବେସରକାରୀ ସ୍ତରରେ ସହାୟତା ମିଳିଲେ ପଦ୍ମନ ଆଗକୁ ବଢି ପାରନ୍ତେ ବୋଲି କହିଛନ୍ତି ତାଙ୍କ ସ୍ତ୍ରୀ । ସେପଟେ ପଦ୍ମନଙ୍କୁ ଗୀତ ଗାଇବାକୁ କିପରି ସୁଯୋଗ ମିଳି ପାରିବ ସେଥି ପାଇଁ ୨ ବର୍ଷ ହେଲା ପ୍ରୟାସ ଜାରି ରଖିଛନ୍ତି ତାଙ୍କ ବାଲ୍ୟ ବନ୍ଧୁ ତ୍ରୀପତି ଗନ୍ତାୟତ । ବିଭିନ୍ନ ସଂଗଠନକୁ ସେ ଭେଟିବା ସହ ସୋସିଆଲ ମିଡିଆରେ ତାଙ୍କ ଗୀତ ସବୁ ଅପଲୋଡ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.