ଏସୀୟ କ୍ରୀଡ଼ାରେ ଭାରତକୁ ଆଉ ଏକ ସଫଳତା: ବ୍ୟାଡମିଣ୍ଟନ ଫାଇନାଲରେ ପି.ଭି ସିନ୍ଧୁ
27/08/2018 at 1:42 AM

ଜାକର୍ତ୍ତା ୨୭/୮:ଏସୀୟ କ୍ରୀଡ଼ାର ନବମ ଦିନରେ ଭାରତକୁ ଆଉ ଏକ ସଫଳତା ମିଳିଛି। ମହିଳା ବ୍ୟାଡମିଣ୍ଟନ ସେମିଫାଇନାଲରେ ଭାରତର ପି.ଭି ସିନ୍ଧୁ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛନ୍ତି ।ଆଜି ଅନୁଷ୍ଠିତ ସେମି ଫାଇନାଲ ମ୍ୟାଚରେ ଜାପାନର ଅକାନେ ୟାମାଗୁଚିଙ୍କୁ ୨୧-୧୭,୧୫-୨୧,୨୧-୧୦ ସେଟରେ ସିନ୍ଧୁ ପରାସ୍ତ କରିଥିଲେ। ବିଶ୍ବ ରାଙ୍କରେ ୟାମାଗୁଚି ଦ୍ବିତୀୟ ସ୍ଥାନରେ ଅଛନ୍ତି। ଫାଇନାଲରେ ସିନ୍ଧୁ ବିଶ୍ବର ଏକ ନମ୍ବର ଖେଳାଳି ତାଇ ତୁ ୟିଙ୍ଗଙ୍କୁ ଭେଟିବେ। ନବମ ଦିନ ସୁଦ୍ଧା ଭାରତ ୩୭ଟି ମେଡାଲ୍ ହାସଲ କରିଛି। ଏଥିରେ ୭ଟି ସ୍ବର୍ଣ୍ଣ ,୧୦ଟି ରୈାପ୍ୟ ଏବଂ ବ୍ରୋଞ୍ଜ ପଦକ ମିଳିଛି।