Friday, May 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିରୂପା ନଦୀକୁ ଗାଧୋଇବାକୁ ଯାଇ ଦୁଇ ଛାତ୍ର ନିଖୋଜ ଘଟଣା ; ଆଜି ଆଉ ଜଣଙ୍କର ମୃତଦେହ ଉଦ୍ଧାର

କେନ୍ଦ୍ରାପଡା ୧୫|୩ : କେନ୍ଦ୍ରାପଡ଼ା ଜିଲ୍ଲା ଛୋଟି ଗ୍ରାମର ଦୁଇ ଜଣ ଛାତ୍ର ବିରୂପା ନଦୀକୁ ଗାଧୋଇବାକୁ ଯାଇ ବୁଡି ଯିବା ଯାଇଥିଲେ । ଗତକାଲି ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବାବେଳେ ଆଜି ଆଉ ଜଣଙ୍କର ମୃତଦେହ ଉଦ୍ଧାର କରିଛି ଏନଡିଆରଏଫ୍ ଟିମ୍ | ଉଦ୍ଧାର ମୃତ ଛାତ୍ର ଦିବ୍ୟଜ୍ୟୋତି ପ୍ରଧାନ |

ସୂଚନା ଅନୁସାରେ ଦିବ୍ୟଜ୍ୟୋତି ଓ ତାର ସାଙ୍ଗ ଆକାଶ ଦାସ ଗୁରୁବାର ଦିନ ବିରୂପା ନଦୀକୁ ଗାଧୋଇବାକୁ ଯାଇ ବୁଡି ଯାଇଥିଲେ | କେନ୍ଦ୍ରାପଡ଼ା ଓ ଡେରାବିଶ ଅଗ୍ନିଶମ ବିଭାଗ ଖୋଜାଖୋଜି କରି ସନ୍ଧ୍ୟାରେ ଆକାଶର ମୃତଦେହ ଉଦ୍ଧାର କରିଥିଲେ ସୁଦ୍ଧା ରାତି ସୁଦ୍ଧା ଦିବ୍ୟଜ୍ୟୋତିର କୌଣସି ସନ୍ଧାନ ମିଳିପାରି ନଥିଲା | ଆଜି ପୂର୍ବାହ୍ନରେ ୧୧ଟାରେ ଦିବ୍ୟଜ୍ୟୋତିର ମୃତଦେହ ଉଦ୍ଧାର କରିଛି ଏନଡିଆରଏଫ ଟିମ୍ | ତେବେ ଦିବ୍ୟଜ୍ୟୋତି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ | ଦିବ୍ୟଜ୍ୟୋତିଙ୍କ ମୃତଦେହ ଉଦ୍ଧାର ପରେ ଛୋଟି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି |

65 Views

   ସମ୍ବନ୍ଧିତ ଖବର