Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||
  • ରାଜ୍ୟର ୪ ବରିଷ୍ଠ ଆଇଏଏସଙ୍କୁ ପ୍ରମୋସନ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି
  • ||
  • କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ, ୧୩ଟି ବୁଥରେ ମତଦାନ
  • ||

ଓଡ଼ିଶାରେ ଦ୍ବିତୀୟ -ଚୀନ୍‌ ଫେରିଥିବା ଜଣେ ଛାତ୍ରୀଙ୍କୁ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ

2/02/2020 at 5:32 PM

ଭୁବନେଶ୍ୱର/କଟକ ୦୨।୦୨-   ଓଡ଼ିଶାରେ ଦ୍ବିତୀୟ କରୋନା ସନ୍ଦିଗ୍ଧ ।ଆଜି କଟକ ଏସ୍‌ସିବିରେ କରୋନା ଭାଇରସ୍‌ ଆକ୍ରାନ୍ତ ସନ୍ଦେହରେ ଜଣେ ଛାତ୍ରୀଙ୍କୁ ଭର୍ତ୍ତି କରାଯାଇଛି ।ସେ ଚାଇନାର ୟୁହାନ୍‌ ୟୁନିଭର୍ସିଟିରେ ପଢୁଥିଲେ । ପୂର୍ବରୁ ମଧ୍ୟ କନ୍ଧମାଳ ଜିଲ୍ଲାର ଜଣେ ଡାକ୍ତରୀ ଛାତ୍ର ଚୀନ୍‌ରୁ ଫେରି କଟକ ଏସ୍‌ସିବିରେ ଚିକିତ୍ସିତ ହେଉଛନ୍ତି । କେରଳରେ ଆଜି ଭାରତରେ ଦ୍ବିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚୀନ୍‌ରୁ ଆଜି ଦ୍ବିତୀୟ ପର୍ଯ୍ୟାୟରେ ୩୨୩ ଜଣ ଭାରତୀୟ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନରେ ଫେରିଛନ୍ତି ।…

ଓଡ଼ିଶାରେ ଦ୍ବିତୀୟ । ଚୀନ୍‌ ଫେରିଥିବା ଜଣେ ଛାତ୍ରୀଙ୍କୁ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ କଟକ ଏସ୍‌ସିବିର ଆଇସୋଲେସନ୍‌ ୱାର୍ଡରେ ଭର୍ତ୍ତି କରାଯାଇଛି  ।ଛାତ୍ରୀ ଜଣକ କରୋନା ଭାଇରସ୍‌ର କେନ୍ଦ୍ରସ୍ଥଳ ଚୀନ୍‌ର ୟୁହାନ ୟୁନିଭର୍ସିଟିରେ ପଢୁଛନ୍ତି । ପୂର୍ବରୁ କନ୍ଧମାଳ ଜିଲ୍ଲାର ଜଣେ ଡାକ୍ତରୀ ଛାତ୍ରଙ୍କୁ ମଧ୍ୟ ସନ୍ଦେହରେ ଏଠାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେ ମଧ୍ୟ ଚୀନ୍‌ରେ ପଢୁଥିଲେ । ଏପର୍ଯ୍ୟନ୍ତ ଓଡ଼ିଶାର ୫ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପୁନେ ସ୍ଥିତ ଏନ୍‌ଆଇଭିକୁ ପଠାଯାଇଥିଲା ।ସେଥିମଧ୍ୟରୁ ୪ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । କନ୍ଧମାଳର ଡାକ୍ତରୀ ଛାତ୍ରଙ୍କର ରିପୋର୍ଟ ବୁଧବାର କିମ୍ବା ଗୁରୁବାର ଆସିବ ।

ଭାରତରେ ଦ୍ବିତୀୟ କରୋନା ଆକ୍ରାନ୍ତ କେରଳରେ ଚିହ୍ନଟ ହୋଇଛନ୍ତି ।ତାଙ୍କୁ ଆଲ୍ଲାପୁଜା ମେଡିକାଲ କଲେଜରେ ସ୍ବତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଥିବା କେରଳ ସ୍ବାସ୍ଥ୍ୟମନ୍ତ୍ରୀ କେ.କେ. ଶୈଲଜା କହିଛନ୍ତି।  ସେହିପରି ଚୀନରେ ରହୁଥିବା ଭାରତୀୟଙ୍କୁ ନେଇ ଏୟାର ଇଣ୍ଡିଆର ଦ୍ବିତୀୟ ବିମାନ ଆଜି ଫେରିଛି। ଏଥିରେ ୩୨୩ ଜଣ ଭାରତୀୟ ଏବଂ ୭ ଜଣ ମାଳଦ୍ବୀପ ନାଗରିକ ଅଛନ୍ତି। ସମସ୍ତଙ୍କୁ ଡାକ୍ତରୀ ଟିମ୍ ପରୀକ୍ଷା କରିବା ପରେ ITBPର ସ୍ବତନ୍ତ୍ର କ୍ୟାମ୍ପରେ ରଖାଯାଇଛି।

ଏହି କ୍ୟାମ୍ପରେ ସେମାନଙ୍କୁ ୧୪ ଦିନ ରହିବାକୁ ପଡ଼ିବ। ଚୀନରେ ଏବେ କରୋନାରେ ଆକ୍ରାନ୍ତ ହୋଇ ୩ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି, ୧୪ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଚୀନ୍‌ରୁ ଥାଇଲାଣ୍ଡ ଓ ଫିଲିପାଇନ୍ସ ଯାଇଥିବା ନାଗରିକ ମାନେ ସେଠାରେ ପ୍ରାଣ ହରାଇଛନ୍ତି ।…

ଚୀନ୍‌ରେ ସ୍ଥିତି ସାଂଘାତିକ ହୋଇପଡ଼ିଛି ।କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ତାଙ୍କ ପରିବାର ଲୋକେ କରିପାରିବେ ନାହିଁ ବୋଲି ଚୀନ୍ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । କରୋନାର କେନ୍ଦ୍ରସ୍ଥଳ ୟୁହାନ୍‌ରେ ୧୦ ଦିନ ଭିତରେ ଏକ ୧୦୦୦ ବେଡ୍‌ ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରାଯାଇଛି । ଯୁଦ୍ଧ କାଳୀନ ଭିତ୍ତିରେ ଏହାର ନିର୍ମାଣ କରାଯାଇଛି ।ସୋମବାର ଠାରୁ ଏଠାରେ ରୋଗୀଙ୍କୁ ଭର୍ତ୍ତି କରାଯିବ ।ସେପଟେ ୟୁଏଇରେ କରୋନା ଭାଇରସ୍‌ ଆକ୍ରାନ୍ତ ପଞ୍ଚମ ରୋଗୀଙ୍କୁ ଚିହ୍ନଟ କରାଯାଇଛି ।ସେପଟେ ଚୀନ୍‌ର ୟୁହାନ୍‌ରେ ଥିବା ପାକିସ୍ତାନୀ ମାନଙ୍କୁ ପାକିସ୍ତାନ ସରକାର ନେଉନଥିବାରୁ ସେ ବିକଳ ହୋଇ ସୋସିଆଲ ମିଡିଆରେ ତାଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି ।ଯାହାର ଭିଡିଓ ଭାଇରାଲ୍‌ ହୋଇଛି ।…

   Related Posts